ବାଣପୁର,୦୧/୦୮ : କରୋନା ସଂକ୍ରମଣ ସମୟରେ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଏକ ସାମ୍ବିଧାନିକ ଅସାମ୍ବିଧାନିକ ପ୍ରଶ୍ନ । ଏହା ଏକ ସରକାରଙ୍କ ଚାତୁରୀ ପଣିଆ କିମ୍ବା ରାଜନୈତିକ ଉଦେଶ୍ୟ ପ୍ରଣୋଦିତ ହୋଇଥାଇପାରେ । ନିକଟ ଅତିତରେ ନିମିକ୍ଷେତା, ନନ୍ଦପୁର, ଭାବନୀପୁର, କୁମାରାଙ୍ଗ ଓ ଗାଲୁଆ ଗ୍ରାମ ପଞ୍ଚାୟତ ଆଦିର ସରପଞ୍ଚମାନେ ନିଜ ନିଜର ଜିଲ୍ଲାପାଳ କ୍ଷମତା (କରୋନା ସ୍ପେଶାଲ)କୁ ପ୍ରୟୋଗ କରି ବହୁ ଗ୍ରାମକୁ ସଟଡାଉନ ଘୋଷଣା କରି ପ୍ରବେଶ ପ୍ରସ୍ଥାନ ପ୍ରତି ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି । ସଟଡାଉନ ନୀତିନିୟମକୁ ନିରୀକ୍ଷଣ କଲେ ଜଣାଯାଏ ସଟଡାଉନ ଅଞ୍ଚଳରେ ସେହି ସମୟ ମଧ୍ୟରେ ଟେଷ୍ଟିଙ୍ଗ, ଟ୍ରାକିଂ, ଟ୍ରେସିଙ୍ଗ ଓ ପ୍ରତି ବାସିନ୍ଦାଙ୍କର ସର୍ଭେ ସହିତ Essential Comodityର Supply,ମେଡିକାଲ ସୁବିଧା ସମେତ Sanitizationର ସୁବିଧା ଯୋଗାଣ ବାଧ୍ୟତାମୂଳକ । ସରପଞ୍ଚମାନେ ନିଜକୁ ଗର୍ବର ସହ ଜିଲ୍ଲାପାଳ ମନେ କରି ନିଜର ଦାୟିତ୍ଵ ଓ କରୋନା ନୀତିନିୟମ ପ୍ରତି ଅଜ୍ଞାନତା ପ୍ରତି ପାଦନ କରୁଛନ୍ତି । ଏହି ସବୁ ନାମରେ ଲକ୍ଷ ଲକ୍ଷ ଟଙ୍କା ହଡପ ହେଉଥିବା କଥା ସନ୍ଦେହ ପ୍ରକଟ ହୁଏ । ସରପଞ୍ଚମାନେ ଜିଲ୍ଲାପାଳ କ୍ଷମତାରେ ଅଳଙ୍କୃତ ହୋଇଥିଲେ ମଧ୍ୟ ବିଡ଼ିଓ ମାନଙ୍କ ଚାବିରେ ହିଁ ଜିଲ୍ଲାପାଳ କ୍ଷମତାର ତାଲା ଖୋଲିବ । ବିଡ଼ିଓ ମାନେ ନିଜନିଜ ଅୟସକୁ ପ୍ରାଧାନ୍ୟ ଦେଇ ଜନସାଧାରଣଙ୍କ ପାଇଁ ସେମାନଙ୍କର ନିଯୁକ୍ତିକୁ ଭୁଲିଯାଉଛନ୍ତି ଯେ ସେମାନେ ଜନସାଧାରଣଙ୍କୁ ସେବା ଦେବା ପାଇଁ ଚାକିରି କରୁଛନ୍ତି କିନ୍ତୁ ରୋଜଗାର ପାଇଁ ନୁହେଁ କି ସାଧାରଣଙ୍କୁ ହଇରାଣ କରି ନାଲି ଆଖି ଦେଖାଇ ରାଜନେତାଙ୍କ ପ୍ରିୟାପ୍ରୀତିର ପାତ୍ର ହୋଇ ସେମାନଙ୍କ ପାଦତଳେ ଶରଣ ରଖିବାକୁ । ସଟଡାଉନ ସମୟ ମଧ୍ୟରେ ନିଶିଦ୍ଧାଞ୍ଚଳ ବାସିନ୍ଦାଙ୍କୁ କଣ କଣ ସୁବିଧା ଯୋଗାଇ ଦିଆଯିବ ସେ କଥା ମଧ୍ୟ ଲୁକାୟିତ ରଖାଯାଉଛି । ସରପଞ୍ଚମାନେ ଜିଲ୍ଲାପାଳ କ୍ଷମତାପନ୍ନ ହୋଇ ବିଡ଼ିଓଙ୍କର ଆନୁମୋଦନ କିମ୍ବା ସ୍ଵାକ୍ଷର ପାଇଁ ଲଠିଭାଙ୍ଗି ଠିଆ ହୋଇ ହଇରାଣ ହରକତ ହେଉଛନ୍ତି । ପଞ୍ଚାୟତ ସମିତି ଅଫିସ ସଲଗ୍ନ ବିଡ଼ିଓଙ୍କ କ୍ଵାଟର ସୁବିଧା ଉପଲବ୍ଧ ଥିଲେ ମଧ୍ୟ ବିଡ଼ିଓ ସ୍ଟେଶନ ହେଡ କ୍ଵାଟରରେ ନରହି ରାଜଧାନୀର ପାଶ୍ଚାତ୍ୟ ସଭ୍ୟତାରେ ରୁହନ୍ତି । ଜନସାଧାରଣ ସମସ୍ୟା ନେଇ ସରପଞ୍ଚଙ୍କୁ ପଚାରିଲେ କୁହନ୍ତି ସେମାନେ Sanitization ପରି କିଛି ଆବଶ୍ୟକତା ପାଇଁ ବିଡ଼ିଓଙ୍କୁ ଜଣାଇଛୁ କିନ୍ତୁ ବିଡ଼ିଓ କୌଣସି ଉଚିତ ପଦକ୍ଷେପ ନେଉନାହାନ୍ତି ଓ ମେଡିକାଲ ସମ୍ବନ୍ଧିତ କାର୍ଯ୍ୟପାଇଁ ମେଡିକାଲ ଅଫିସରଙ୍କୁ ଜଣାଇଲେ ମଧ୍ୟ ମେଡିକାଲ ଅଫିସର ବିଲେଇ ଆଖିବୁଜି କ୍ଷୀର ପିଇଲାପରି ଚୁପଚାପ ରୁହନ୍ତି । ଏ କଥା କହିବା ବାହୁଲ୍ୟ କି ବାଣପୁର ମେଡିକାଲ ଅଫିସର ସପ୍ତାହକୁ 2 ଦିନ କାର୍ଯାଳୟ ଆସନ୍ତି ଓ ଅନ୍ୟ ଦିନ ମାନଙ୍କରେ କଟକରେ ରହି ଘରୋଇ ଚିକିସ୍ଥା କରନ୍ତି । ଡାକ୍ତରଖାନାର ପରିଚାଳନା ଅତି ବିଶ୍ରୂଙ୍ଖଳିତ ପରିସ୍ଥିତି ତାଙ୍କ ପାଇଁ ହିଁ ସୃଷ୍ଟି ହୋଇଛି । ଉପରିସ୍ଥ ଆଧିକାରୀ ସବୁ ଜାଣି ଚୁପ । କରୋନା ଚିହ୍ନଟ ପରେ ମଧ୍ୟ ରୋଗୀ ମାନଙ୍କୁ ଚିକିସ୍ଥା ପାଇଁ ସ୍ଥାନାନ୍ତର ବ୍ୟବସ୍ଥା କରାଯାଉ ନାହିଁ ଯଦ୍ଵାରା ଅଧିକାରୀ ମାନେ ଜାଣିଶୁଣି ସଂକ୍ରମଣକୁ ସ॰ପ୍ରସାରିତ କରାଉଛନ୍ତି ।