Biplab News Bureau
ବାଣପୁର: ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତଙ୍କ ସୂଚନା ଅନୁସାରେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ତିନି ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ତିନି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 8 ବର୍ଷର ବାଳକ ରହିଛନ୍ତି । ଆକ୍ରାନ୍ତ ବାଳକ ଜଣ ବାଣପୁର କୁମାରଙ୍ଗ ପଞ୍ଚାୟତ ର ବୋଲି ଜଣାପଡିଛି। ଆକ୍ରାନ୍ତ ବାଳକ ଜଣକ କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି, ସେନେଇ ଖୋଳତାଡ ଆରମ୍ଭ ହୋଇଛି। ସୂଚନାମୁତାବକ ଆକ୍ରାନ୍ତ ହୋଇଥିବା ବାଳକର ସମ୍ପର୍କୀୟ ବାହାର ରାଜ୍ୟ ରୁ ଆସି ଘରେ କ୍ବାରେଣ୍ଟିନ୍ ରେ ଥିଲେ। ପରବର୍ତ୍ତୀ ସମୟରେ ସରପଞ୍ଚ ଏହି ଘଟଣା ସମ୍ପର୍କରେ ଅବଗତ ହେବା ପରେ ଆକ୍ରାନ୍ତଙ୍କ ସମ୍ପର୍କୀୟକୁ କ୍ବାରେଣ୍ଟିନ୍ ସେଣ୍ଟରକୁ ସ୍ଥାନାନ୍ତର କରିଥିଲେ।
ସେହିପରି 2ୟ ସଙ୍କ୍ରମିତ ବାଣପୁରର ଅନ୍ୟ ଜଣେ ଆକ୍ରାନ୍ତ ସୁରତ୍ ଫେରନ୍ତା ବୋଲି ଜଣାପଡିଛି। ଅନ୍ୟ ତୃତୀୟ ଆକ୍ରାନ୍ତ ଜଣକ ଖୋର୍ଦ୍ଧାର ପୌରାଞ୍ଚଳର ର ବୋଲି ଜଣାପଡିଛି। ଏହି ଆକ୍ରାନ୍ତ ଜଣକ କୋଲାକତା ଫେରନ୍ତା ବୋଲି ଜଣାପଡିଥିବାବେଳେ ସେ ହୋମ୍ କ୍ବାରେଣ୍ଟିନ୍ରେ ରହିଥିଲେ।
ପଜିଟିଭ୍ ଚିହ୍ନଟ ପରେ ଜିଲ୍ଲାର ଏହି 2 ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ରୂପେ ଘୋଷଣା କରାଯାଇଛି।
ପ୍ରକାଶ ଥାଉକି ବାଣପୁର ବ୍ଲକ୍ର ଗାଲୁଆ ପଞ୍ଚାୟତର ମାଟିଆ ପୋଖରୀ ଗ୍ରାମର ଜଣେ ପ୍ରଥମ ଆକ୍ରାନ୍ତ ରହିଥିଲେ। ସେ ସୁରଟ ଫେରନ୍ତା ଥିବାବେଳେ କ୍ବାରେଣ୍ଟାଇନ୍ରେ ରହିଥିଲେ।