ଦନ୍ତାହାତୀ ଆତଙ୍କ ,ଗ୍ରାମଲୋକେ ଭୟଭୀତ |

ଭଞ୍ଜନଗର:ଉତ୍ତର ଘୁମୁସର ବନଖଣ୍ଡ  ତାରସିଂ ବନାଞ୍ଚଳର ତାରସିଂ ସେକ୍ସନ୍ରର ମାଣପୁରୁଗ୍ରାମରେ  ଗୁରୁବାର ରାତ୍ରରେ ଏକ ଦନ୍ତାହାତୀ ଗ୍ରାମରେ ପଶି ଆତଙ୍କରାଜ ଚଳାଇ ଥିବା ବେଳେ ଉକ୍ତ ଦନ୍ତାହାତୀ ଟି ଗ୍ରାମରେ ପଶି ଘର କବାଡ ତାଡିବା ସହ ଘର ଭିତରୁ ଧାନ ଓ ଚାଉଳ ବସ୍ତା ବାହାରକୁ ଟାଣି ଆଣି ଖାଇବା ଅଙ୍କନାବାଡି ବିଦ୍ୟାଳୟରେ ମଧ୍ୟ କବାଡ ଭାଙ୍ଗି ସେହି ଘରେ ଥିବା ଚତୁଆ ଚାଉଳକୁ ଟାଣିଆଣି  ଖାଇବା ସହ ନଷ୍ଟ କରିଥିବା ଦେଖିବାକୁ ମିଳିଥିଲା ।  ଗ୍ରାମରେ କିଛି ଘର  ଭାଙ୍ଗିବା ସହ ଆତଙ୍କ ସୃଷ୍ଟି କରୁଥିବାନେଇ ବନବିଭାଗକୁ ଖବର ଦେବା ପରେ ବନ ବିଭାଗ କର୍ମଚାରୀ ମାନେ ସେଠାରେ ପହଞ୍ଚି ହାତୀଟିକୁ ଜଙ୍ଗଲକୁ ଘଉଡାଇଥିବା ତାରସିଂ ବନାଞ୍ଚଳ ଅଧିକାରୀ କୃତିବାସ କୁମାର କହିଛନ୍ତି ।  ଏଭଳି ଏକ ଦନ୍ତାର ଦୌରାତ୍ମ୍ୟ ପାଇଁ ସ୍ଥାନୀୟ ଇଲାକାରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏହି ଘଟଣାକୁ ନେଇ ତାରସିଂ ସେକସନର ମାଣପୁରୁ,ସୁରୁମୁଣୀ,ମାଟିଗାଢିଆ,ସଲପତଇଲା ଦଲକ ଓ ତିନିଛକିଆ ଏହି ସବୁ ଗ୍ରାମ ମାନକରେ ବନବିଭାଗ ତରଫରୁଡାକବାଜି ମାଧ୍ୟମରେ ଲୋକଙ୍କୁ ସଚେତନତା କରାଯିବା ସହ ଧାନ ଚାଉଳ ସମେତ ବିଭିନ୍ନ ରକମର ଜିନିଷକୁ ବାହାରେ ନ ରଖିବାକୁ ସଚେତନତା କରାଯାଇଛି । ତାରସିଂ ସେକସନର ବନପାଳ କଳାବଦନ ଦାଶ ବନରକ୍ଷୀ ସମେତ ହାତୀ ସ୍ମାର୍ଡ କର୍ମଚାରୀମାନେ ସାମିଲ ଥିଲେ |