ଭୁବନେଶ୍ୱର,୦୨।୦୮: ୟୁନିଟ୍-୧ରେ ଜଣେ ବ୍ୟବସାୟୀ କରୋନା ପରୀକ୍ଷାବେଳେ ପଜିିଟିଭ୍ ଚିହ୍ନଟ ହେଲେ । ତାଙ୍କ ମୁଖ୍ୟ ଦୋକାନ ଥିଲା ଆଳୁ ଗଦିର ହୋଲସେଲ୍ ମାର୍କେଟରେ । ଏହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ନମୁନା ପରୀକ୍ଷା ହେଲା । ପ୍ରଥମେ ତାଙ୍କ ପରିବାରରୁ ବହୁ ଆକ୍ରାନ୍ତ ଚିହ୍ନଟ ହେଲେ । ତାଙ୍କ ଦୋକାନର କର୍ମଚାରୀମାନେ ବି ପଜିଟିଭ୍ ଚିହ୍ନଟ ହେଲେ । ଏଭଳି ଭାବେ ମୋଟ ୪୧ଜଣ ସଂକ୍ରମିତ ବାହାରିଲେ । ଟିକିଏ ଅସାବଧାନ ହେଲେ ପଶିଆସିବ କରୋନା । ଯଦି ସମସ୍ତେ ଉଚିତ୍ ସତର୍କତା ଅବଲମ୍ବନ କରିଥାନ୍ତେ, ବୋଧହୁଏ ଏତେ ସଂଖ୍ୟକ ଲୋକେ ପଜିଟିଭ୍ ହୋଇନଥାନ୍ତେ । ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ ଏ ନେଇ ସୂଚନା ଦେଇଛନ୍ତି ।