ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବୃକ୍ଷ ରୋପଣ

ଆଠମଲ୍ଲିକ :-୫/୬:- (ବୁଲୁ ଦଳେଇ): ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଆଠମଲ୍ଲିକ ତାଲୁକ ଆଇନ ସେବା କମିଟି ଓ ସ୍ଥାନୀୟ ବନବିଭାଗ ର ମିଳିତ ଆନୁକୂଲ୍ୟରେ ଗୁରୁବାର ଅପରାହ୍ନ ରେ ଆଠମଲ୍ଲିକ ସିଭିଲକୋର୍ଟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରଞ୍ଜନ କୁମାର ସୁତାର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ରେ ବିଶ୍ୱ ପରିବେଶ କୁ ସୁସ୍ଥ ରଖିବାପାଇଁ ପର୍ଯ୍ୟାପ୍ତ ବୃକ୍ଷ ରୋପଣ କରିବା ଓ ପ୍ଲାଷ୍ଟିକ ବ୍ୟବହାର ରୁ ନିବୃତ ରହିବାକୁ ସଚେତନତା କରାଇବାକୁ ପଡିବ ବୋଲି ସେ କହିଥିଲେ l ସିଭିଲକୋର୍ଟ ପରିସରରେ ଓ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ଯଥାକ୍ରମେ ଅର୍ଜୁନ, ବଉଳ, ପିଜୁଳି, ପଣସ, କରମଙ୍ଗା, ବେଲ, ଦେବଦାରୁ ଇତ୍ୟାଦି ବୃକ୍ଷ (ଚାର) ରୋପଣ କରାଯାଇଥିଲା l ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରଞ୍ଜନ କୁମାର ସୁତାର, ଏସଡ଼ିଜେଏମ ସିଙ୍କୁନ ରାୟ, ଓକିଲ ସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ର, ସମ୍ପାଦକ ଅର୍ଜୁନ ରାଉଳ, ଉପସଭାପତି ବିଦ୍ୟୁତ କୁମାର ପାଣିଗ୍ରାହୀ, ଅତିରିକ୍ତ ପବ୍ଲିକ ପ୍ରସିକ୍ୱିଟର ଅସିତ ରଞ୍ଜନ ଦେଓ, ବରିଷ୍ଠ ଆଇନଜୀବୀ ବାମନ କୁମାର ମିଶ୍ର, କ୍ରିମିନାଲ ବାର ସଭାପତି ଅଞ୍ଜନ କୁମାର ପ୍ରଧାନ ପ୍ରମୁଖ ବୃକ୍ଷ ରୋପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଏସଡ଼ିଜେଏମ ସିଙ୍କୁନ ରାୟ,ଅତିରିକ୍ତ ପବ୍ଲିକ ପ୍ରସିକ୍ୱିଟର ଅସିତ ରଞ୍ଜନ ଦେଓ, ଆଠମଲ୍ଲିକ ଓକିଲ ସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ର, ସମ୍ପାଦକ ଅର୍ଜୁନ ରାଉଳ,ଉପସଭାପତି ବିଦ୍ୟୁତ କୁମାର ପାଣିଗ୍ରାହୀ, ବରିଷ୍ଠ ଆଇନଜୀବୀ ବାମନ କୁମାର ମିଶ୍ର, କ୍ରିମିନାଲ ବାର ସଭାପତି ଅଞ୍ଜନ କୁମାର ପ୍ରଧାନ, ସ୍ଥାନୀୟ ବନାଞ୍ଚଳ ଅଧିକାରୀ ସୁନୀଲ କୁମାର ସାହୁ,ସିଭିଲ କୋର୍ଟ କର୍ମଚାରୀ ଗଣ ସମେତ ବନବିଭାଗ କର୍ମଚାରୀମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସହଯୋଗ କରି ଥିଲେ l