ଭୁବନେଶ୍ୱର,୧/୮: କରୋନା ସଙ୍କଟ ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ ଖୋଲିବ ସପିଂ ମଲ୍। ସର୍ତ୍ତ ସହ ମଲ୍ ଖୋଲିବାକୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଅନୁମତି ଦିଆଯାଇଛି। ରାଜଧାନୀରେ ଖୋଲିବାକୁ ଥିବା ସବୁ ସପିଂ ମଲ୍ ପାଇଁ ପୂରା ଏସଓପି ଜାରି କରାଯାଇଛି ।
ତେବେ ମଲ ଭିତରେ ଗେମିଂ ଜୋନ୍, ପିଲାଙ୍କ ଖେଳିବା ସ୍ଥାନ ବନ୍ଦ ରହିବ। ମଲ ଭିତରେ ଥିବା ଫୁଡ଼ କୋର୍ଟ ଖୋଲିବ ନାହିଁ। ମଲ ଭିତରେ ଅଧିକ ଲୋକଙ୍କ ସମାଗମକୁ ବାରଣ କରାଯିବ। କୌଣସି ପ୍ରକାର ପ୍ରମୋସନାଲ କାର୍ଯ୍ୟକ୍ରମ କରାଯାଇପାରିବ ନାହିଁ। ଏହା ସହ ସାମାଜିକ ଦୂରତା କଟକଣା କଡାକଡି ହେବ।
ମଲ୍ରେ କାର୍ଯ୍ୟରତ କର୍ମଚାରୀ ଓ ଗ୍ରହକଙ୍କୁ ଆରୋଗ୍ୟ ସେତୁ ଆପ୍ ଡାଉନ୍ଲୋଡ୍ କରିବାକୁ ପରାମର୍ଶ ଦିଆଯାଇଛି। ମଲ୍ର ପ୍ରବେଶ ପଥରେ ଥର୍ମାଲ୍ ସ୍କ୍ରିନିଂ ବ୍ୟାଧ୍ୟତାମୂଳକ କରାଯାଇଛି। ସମସ୍ତଙ୍କୁ ମାସ୍କ ପରିଧାନ କରିବାକୁ ପରାମର୍ଶ ଦିଆଯାଇଛି। ମଲ୍ କର୍ମଚାରୀ ଓ ଗ୍ରାହକଙ୍କ ଭିତରେ ଦୂରତା ଅତି କମ୍ରେ ୬ ଫୁଟ୍ ଦୂରତା ରହିବ। ମଲ୍ରେ ଅଧିକ ସଂଖ୍ୟକ ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି।