ରାଜଧାନୀରେ ସଟ୍‌ଡାଉନ ନେଇ ନିଆଯାଇପାରେ ନିଷ୍ପତ୍ତି : ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା

ଭୁବନେଶ୍ବର ୨୯/୦୬: ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ବିଶେଷ କରି ରାଜଧାନୀରେ ଗତକିଛି ଦିନ ହେଲା ହେଲାଣି କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଆଜି ରାଜଧାନୀରୁ ଆଉ ୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ ୨୩ ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ୨ ଜଣ ହୋମ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ତେବେ କରୋନା କଟକଣା ନେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା ଦେଇଛନ୍ତି ଯେ, ଆଗକୁ ସଟଡାଉନ ନେଇ ନିଷ୍ପତ୍ତି ସରକାର ନେବେ । ଆଗକୁ ୩ରୁ ୪ ସପ୍ତାହ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି । ତେଣୁ ଏବେ ଲୋକେ ନିଜେ ସଚେତନତା ହେବା ଆବଶ୍ୟକ ରହିଛି । ରାଜଧାନୀରେ ବସ୍ତିଗୁଡିକ ପାଇଁ ବିଏମ୍‌ସି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଯଦି ଆମେ ସଚେତନତା ନ ହେବା , ତେବେ ଆଗକୁ ପରିସ୍ଥିତି ଚିନ୍ତାଜନକ ହେବ । ସେହିପରି କୋଭିଡ୍ ଗାଇଡଲାଇନ୍ ପାଳନ ନେଇ ରାଜଧାନୀର ବିଭିନ୍ନ ମେଡିକାଲରେ ଅନୁଧ୍ୟାନ କରାଯାଇଛି । କିଛି ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କିଛି ମେଡିକାଲଙ୍କ ପକ୍ଷରୁ ରିପୋର୍ଟ ମିଳିଥିଲେ ବି ଅନ୍ୟ ଆଉ କିଛି ମେଡିକାଲଙ୍କ ରିପୋର୍ଟ ହସ୍ତଗତ ହୋଇନାହିଁ । ସନ୍ଧ୍ୟା ସୁଦ୍ଧା ରିପୋର୍ଟ ନମିଳିଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସୂଚନା ଥାଉକି ଆଜି ୭ ଜଣ ସୁସ୍ଥ ହୋଇଛନ୍ତି । ତେବେ ଲୋକାଲ କେସ ମଧ୍ୟରୁ ମଞ୍ଚେଶ୍ୱରରୁ ୫, ସାମନ୍ତରାପୁରରୁ ୨ ଚିହ୍ନଟ ହୋଇଛନ୍ତି । ଚକେଇସିଆଣୀ ହାଇସ୍କୁଲ ନିକଟରୁ ୪, ହାଇବାଇ ବସ୍ତିରୁ ୨ ଚିହ୍ନଟ ହୋଇଛନ୍ତି । ବାଲିତୋଟା ସାହି ନିକଟରୁ ୪ ଜଣ, ଶିରିପୁର ଲକ୍ଷ୍ମୀବଜାର ବସ୍ତିରୁ ଜଣେ ଓ ଅଶୋକନଗରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ନିଳାଦ୍ରୀ ବିହାରରୁ ଜଣେ ୫୬ ବର୍ଷୀୟ ମହିଳା ଚିହ୍ନଟ ହୋଇଥିବା ବେଳେ ଅଶୋକ ନଗରରୁ ଜଣେ ୫୦ ବର୍ଷୀୟା ମହିଳା ଚିହ୍ନଟ ହୋଇଛନ୍ତି । ନୟାପଲ୍ଲୀରୁ ୪୨ ବର୍ଷୀୟ ଜଣେ ମହିଳାଙ୍କ ସମେତ ୨ ମେଡିକାଲ କର୍ମୀ କରୋନାରେ ଚିହ୍ନଟ ହୋଇଛନ୍ତି ।