ବାଲିଗୁଡା, ତା, ୦୧/୦୬: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗ୍ରାମ୍ୟ ନିର୍ମାଣ ବିଭାଗରେ ଦିନକୁ ଦିନ ବ୍ୟାପକ ଦୁର୍ନିତୀ ଓ ଅନିୟମିତତା ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି । ସେଥି ମଧ୍ୟରେ ବିନା ପିସିରେ କୌଣସି କାର୍ଯ୍ୟ ହେଉନଥିବା ବେଳେ ଯନ୍ତ୍ରୀ ଓ ଠିକାଦାର ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ନିର୍ମାଣ ହେଉଥିବା କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ହେଉଥିବା ମଧ୍ୟ ଅଭିଯୋଗ ହେଉଛି। ଏ ସମ୍ପର୍କ ରେ ଗୁହାରୀ କଲେ ଶୁଣିବାକୁ କିଏ ନାହାନ୍ତି । ବିଭାଗରେ ସ୍ଥାୟୀ ଅଧିକ୍ଷଣ ଯନ୍ତ୍ରୀ ନ ଥିବାରୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଦାୟିତ୍ଵ ରେ ଥିବା ଜଣାପଡିଛି । ସେ କୁଆଡେ଼ ମଧ୍ୟ କାମ ଦେଖିବାକୁ ଯାଉ ନଥିବା ଶୁଣିବାକୁ ମିଳୁଛି I ଘରେ ବସି ପିସି ନେଇ ବିଲ ଦସ୍ତଖତ କରୁଥିବା କୁହାଯାଉଛି I ଫଳରେ ନବ ନିର୍ମିତ ବିଜୁ ସେତୁ ପାର୍ଶ୍ବ ମାଟି ଧୋଇ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ, ବାଲିଗୁଡ଼ା ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ୨୦୨୩-୨୪ ବର୍ଷ ରେ ବାଟାଗୁଡା ପଞ୍ଚାୟତ ଅନ୍ତର୍ଗତ ତାଗାକିଆ-ଜାଡିପଡା ମଧ୍ଯରେ ନାଳ ଉପରେ ତିନି କୋଟି ଟଙ୍କା ବ୍ୟୟରେ ବିଜୁ ସେତୁ ଯୋଜନାରେ ଏକ ପୋଲ ଓ ରାସ୍ତା ନିର୍ମାଣ ହୋଇଥଲା I ତେବେ ଦୁଇ ଦିନ ତଳେ ଅଦିନିଆ ବର୍ଷାରେ ପୋଲ ପାର୍ଶ୍ବ ମାଟି ଧୋଇ ହୋଈଯିବା ଫଳରେ ପୋଲ ପ୍ରତି ବିପଦ ସୃଷ୍ଟି ହୋଇଛି | ବ୍ୟାପକ ମାତ୍ରାରେ ପିସି କାରବାର ଯୋଗୁଁ ନିମ୍ନ ମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ଏଭଳି ସ୍ଥିତି ହୋଇଥିବା ଜଣାପଡ଼ିଛି I ପିସି ପାଇଁ କୁଆଡେ଼ ବିଭାଗରେ ଯନ୍ତ୍ରୀ ଓ ଠିକାଦାର ମଧ୍ୟରେ ବିଭିନ୍ନ ସମୟରେ “ତୁ ତୁ ‘ମେ’ମେ ସହ ଯୁକ୍ତିତର୍କ,ପାଟିତୁଣ୍ଡ, ହାତାହାତି ହେବା ମଧ୍ୟ ଆଲୋଚନା ହେଉଛି l ଏଇ ନିକଟରେ ବିଭାଗୀୟ ଦାୟିତ୍ବରେ ଥିବା ଏସ ଇ ଙ୍କ ଅନ୍ୟତ୍ର ବଦଳି ହୋଇଥିବାରୁ ସେ ଠିକାଦାର ଙ୍କୁ କାମ ଦେବାକୁ କହି ଆଗୁଆ ପିସି ନେଉଥିବା ଆଲୋଚନା ହେଉଛି । ଏ ସମ୍ପର୍କ ରେ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା l ଏଥି ପ୍ରତି ଦୁର୍ନିତି ନିବାରଣ ବିଭାଗ ପକ୍ଷରୁ ଵିଧିବଧ ଭାବେ ନିରପେକ୍ଷ ତଦନ୍ତ କରି ଦୁର୍ନୀତି ଗସ୍ତ ଯନ୍ତ୍ରୀ ଓ ଠିକାଦାର ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ହେଉଛି ।