ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଲାଣି। ସବୁଠାରୁ ବଡ଼ କଥା ହେଉଛି କୋଭିଡ ଯୋଦ୍ଧା ମାନେ ଆକ୍ରାନ୍ତ ହେଉଛନ୍ତି ଏହି ଜିଲ୍ଲାରେ ଅଧିକ। ଏ ସବୁକୁ ଦେଖି ଜିଲ୍ଲାପାଳ କିଛି ଦିନ ତଳେ ଜନସାଧାରଣ ଙ୍କୁ ଅଫିସ ଆସିବା ପାଇଁ ମନା କରିଥିଲେ ଆଉ ଆଜି ଜିଲ୍ଲାପାଳ ଘୋଷଣା କରିଛନ୍ତି ୪ ଦିନ ପାଇଁ ବ୍ରହ୍ମପୁର ସହର ସଟ ଡାଉନ ହେବ। ୩୦ ତାରିଖ ପର୍ଯ୍ୟନ୍ତ ରହିବ ଏହି କଟକଣା । ସ୍ବାସ୍ଥ୍ୟାସେବା ଓ କ୍ଷୀର ବଣ୍ଟନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ। ଜୁନ୍ ୨୭ରୁ ୩୦ ଯାଏ ୪ ଦିନ ପାଇଁ ବ୍ରହ୍ମପୁର ସଂପୂର୍ଣ୍ଣ ସଟ୍ଡାଉନ । ଏହାସହ ୭୦ଟି ଟିମ୍ ଡୋର ଟୁ ଡୋର ବୁଲି ସ୍କ୍ରିନିଂ କରିବେ। ପ୍ରେମମିଟ୍ କରି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏ ସଂପର୍କରେ ସୂଚନ ଦେଇଛନ୍ତି।