ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣକୁ ହ୍ରାସ କରିବା ପାଇଁ ପ୍ରସ୍ତୁତ କରାଯାଇଥିବା ଔଷଧ “କୋଭିଫର”କୁ ମହାରାଷ୍ଟ୍ର ଏବଂ ଦିଲ୍ଲୀ ସମେତ ପାଞ୍ଚଟି ରାଜ୍ୟକୁ ପଠାଯାଇଛି। ଭାରତରେ ରେମଡେସଭିର ଇଞ୍ଜେକସନ ଏକ ଜେନେରିକ୍ ସଂସ୍କରଣର ଉତ୍ପାଦନ ଏବଂ ବିକ୍ରୟ ପାଇଁ ଲାଇସେନ୍ସ ହାସଲ କରିଛି ହାଇଦ୍ରାବାଦର କମ୍ପାନୀ ‘ହେଟେରୋ’। ହେଟେରୋ ପକ୍ଷରୁ ପରୀକ୍ଷାମୂଳକ ବ୍ୟବହାର ଲାଗି ୫ଟି ରାଜ୍ୟଗୁଡିକୁ ୨୦,୦୦୦ ଔଷଧ ବୋତଲ ପଠାଯାଇଛି।
୧୦୦ ମିଲିଗ୍ରାମର ଏହି ଔଷଧର ମୂଲ୍ୟ ୫,୪୦୦ ଟଙ୍କା ରହିଛି। ଆସନ୍ତା ତିନି-ଚାରି ସପ୍ତାହ ମଧ୍ୟରେ ଏକ ଲକ୍ଷ ଔଷଧ ତିଆରି କରିବାର ଲକ୍ଷ୍ୟ ରଖିଛି କମ୍ପାନି। ସମ୍ପ୍ରତି ଏହି ଇଞ୍ଜେକସନ ହାଇଦ୍ରାବାଦରେ କମ୍ପାନୀର ଫର୍ମୁଲେସନ୍ ଫେସିଲିଟିରେ ପ୍ରସ୍ତୁତ କରାଯାଉଛି। ଔଷଧର ଆକ୍ଟିଭ ଫାର୍ମାସ୍ୟୁଟିକାଲ୍ ଇନ୍ଗ୍ରିଡିଏଣ୍ଟ (ଏପିଆଇ) ବିଶାଖାପାଟନମ୍ର ଏକ ୟୁନିଟ୍ରେ ପ୍ରସ୍ତୁତ କରାଯାଉଛି । ପରବର୍ତ୍ତୀ ସମୟରେ ଏହି ଔଷଧକୁ ଭୋପାଳ, ଇନ୍ଦୋର, କୋଲକାତା, ପାଟନା, ଲକ୍ଷ୍ମୌ, ରାଞ୍ଚି, ଭୁବନେଶ୍ୱର, କୋଚି, ବିଜୟୱାଡା, ଗୋଆ ଏବଂ ତ୍ରିଭେନ୍ଦ୍ରମକୁ ପଠାଯିବ। ବର୍ତ୍ତମାନ ଏହି ଇଞ୍ଜେକସନ କେବଳ ଡାକ୍ତରଖାନା ଏବଂ ସରକାରଙ୍କ ଜରିଆରେ ଉପଲବ୍ଧ ହେଉଛି।