ଓମାନ ବସ୍ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ୩ ଓଡ଼ିଆ, ଖୋର୍ଦ୍ଧାରେ ପହଞ୍ଚିଲା ମୃତଦେହ

୨୩/୦୨: ଓମାନରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି । ଏହି ଭୟଙ୍କର ଦୁର୍ଘଟଣାରେ ୭ ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ ଏହି ୪ ମୃତକଙ୍କ ମଧ୍ୟରେ ୩ଜଣ ଓଡ଼ିଆ ଅଛନ୍ତି ।  ସମସ୍ତ ୩ ମୃତକ ଖୋର୍ଦ୍ଧା ଅଞ୍ଚଳର ବୋଲି ଜଣାପଡ଼ିଛି ।

ଖୋର୍ଦ୍ଧା ବାଲୁଗାଁ ବାଣପୁର ଥାନା ମୁକ୍ତାଦେଇପୁର ଗାଁର ବାଲା ମୁଦୁଲି, ବାଲୁଗାଁ ଥାନା ପ୍ରାଣଦେଇପୁର ଗାଁର ତପନ ବେହେରା ଓ ଟାଙ୍ଗୀ ଥାନା ରଘୁନାଥପୁର ସାହିର ମହେଶ୍ୱର ବେହେରାଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ।

ସେମାନଙ୍କ ମୃତ ଦେହ ଓଡ଼ିଶା ଆଣିବା ପାଇଁ ପରିବାର ଲୋକେ ଚିନ୍ତା ରେ ପଡ଼ି ଯାଇଥିଲେ । ପରିବାର ଲୋକେ ବାଣପୁର ଅଞ୍ଚଳର ଚମ୍ପାଦେଇପୁର ଗ୍ରାମର ସମାଜ ସେବୀ ତଥା ଭାରତୀୟ ଜୀବନବିମା ନିଗମର ପୁରୀ ଶାଖା କାର୍ଯ୍ୟାଳୟ ରେ କାର୍ଯ୍ୟରତ ବାବୁଲି କୁମାର ସାହୁ ଯୋଗ କରିଥିଲେ

କମ୍ପାନୀର ମାନବ ସମ୍ବଳ ଓ ଉଚ୍ଚ ପଦସ୍ଥ ଅଧିକାରୀ ଇ.ଭି. ସନଲ କୁମାର, ଭାରତୀୟ ଦୂତବାସ ର ଅଧିକାରୀ ରେଣୁ ଗୌତମ ଙ୍କ ସହିତ ବାବୁଲି କୁମାର ସାହୁ ଯୋଗ ଯୋଗ କରିଥିଲେ ଦୀର୍ଘ ୫ ଦିନ ହେଲା ଯୋଗା ଯୋଗ କରିବା ସହିତ ପରିବାର ବର୍ଗଙ୍କୁ ସମସ୍ତ ଆଶ୍ୱାସନା ଦେଇଥିଲେ । ଶେଷରେ ୨୧/୦୨/୨୩ ମସ୍କଟ ରୁ ଦିଲ୍ଲୀ ଓ ୨୨/୦୨/୨୩ ଦିଲ୍ଲୀ ରୁ କଲିକତା ପହଞ୍ଚି ଥିଲା ।

ଶୁକ୍ରବାର ଓମାନରେ ବସରେ ଯାଉଥିବା ବେଳେ ଦୁର୍ଘଟଣା ହୋଇଥିଲା । ଫଳରେ ବସରେ ଥିବା ୫୩ଜଣଙ୍କ ମଧ୍ୟର ୪ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ଓଡ଼ିଶାର ୩ଜଣ ପ୍ରାଣ ହରାଇଛନ୍ତି । ଏହି ଯୁବକମାନେ ଓମାନ ଗଲଫ ଇଞ୍ଜିନିୟରିଂ କମ୍ପାନୀରେ କାମ କରୁଥିଲେ । ମୃତଦେହ ଭିଟାମାଟିରେ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।