ନିଲାମଧାରୀଙ୍କ ଦବଙ୍ଗ ଗିରି,ପୋଖରୀ ପାଣି ଶୁଖେଇ ଲକ୍ଷାଧିକ ଟଙ୍କାର ମାଛ କଇଁଛ ବିକ୍ରି ଚିଲିକା ବିଡିଓ ଙ୍କ ନୀରବତା ପରେ ଜିଲାପାଳ ଙ୍କ ଦ୍ୱାରସ୍ଥ ଗ୍ରାମବାସୀ

ଚିଲିକା:-୨୩/୨(ବିନୁ ଦାସ୍)-ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଚଣ୍ଡେଶ୍ୱର ଗ୍ରାମ ପଞ୍ଚାୟତ ର ଫୁଲଗୋରଡ଼ା ରାଜସ୍ୱ ଗ୍ରାମରେ ଅବସ୍ଥିତ ବଡ଼ ପୋଖରୀ କୁ ଶୁଖେଇ ନିଲାମଧାରୀ ଏବଂ ତାଙ୍କ ସମର୍ଥକ ମାଛ କଇଁଛ ଲକ୍ଷାଧିକ ଟଙ୍କାର ଧରି ବିକ୍ରି କରିଦେଇଛନ୍ତି।ସୂଚନା ଯୋଗ୍ୟ କି ଫୁଲ ଗୋରଡ଼ା ଗ୍ରାମରେ ଅବସ୍ଥିତ ବଡ଼ ପୋଖରୀ ଚଣ୍ଡେଶ୍ୱର ପଂଚାୟତ ର ଅଁଳାଡିହ,ଫୁଲ ଗୋରଡ଼ା ଏବଂ ଚଢେଇ ଗୁଆଁ ତିନିଗୋଟି ୱାର୍ଡ ର ଚାରିଗୋଟି ସାହିର ବାସିନ୍ଦା ମାନେ ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ଏହି ପୋଖରୀ ଉପରେ ନିର୍ଭର କରନ୍ତି।ହଜାର ହଜାର ଗ୍ରାମବାସୀ ଙ୍କର ଗାଧୁଆ ତୁଠ ରେ ପାଣି ମୁନ୍ଦେ ନାହିଁ।ପମ୍ପ ଲଗାଇ ବିନା କୌଣସି ନୋଟିସ କିମ୍ବା ପଲ୍ଲିସଭା ନହୋଇ ପୋଖରୀ ରୁ ପାଣି ଶୁଖେଇ ଦୀର୍ଘ ଦିନ ହେବ ଆତଙ୍କ ରାଜ ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ପ୍ରକାଶ ଥାଉକି ଏ ବିଷୟରେ ଚଣ୍ଡେଶ୍ୱର ସରପଞ୍ଚ ପ୍ରତିନିଧି ତଥା ପୂର୍ବ ସରପଞ୍ଚ ସୁଧାକର ମହାପାତ୍ର ଙ୍କୁ କାହା ନିର୍ଦ୍ଦେଶ ମୁତାବକ ପାଣି ପୋଖରୀ ରୁ ଶୁଖିଆ ଯାଉଛି ପଚାରିବାରୁ ସୁଧାକର ମହାପାତ୍ର ପାଣି ଶୁଖେଇବା ଅନୁମତି ଦେଇନାହାନ୍ତି ବୋଲି କହିଥିବା ସ୍ଥଳେ ପରବର୍ତ୍ତୀ ସମୟରେ ରାତି ଅଧିଆ ପାଣି ଶୁଖେଇ ପୋଖରୀ ଶୁଖିଲା କରି ଦେଇଛନ୍ତି।ଏ ବିଷୟରେ ସରପଞ୍ଚ ପ୍ରତିନିଧି ଗୋଟିଏ ପଟେ ପୋଖରୀ ରୁ ପାଣି ଶୁଖେଇ ବା ପାଇଁ ମନା କରିଥିବା କହୁଥିବା ସ୍ଥଳେ ଅନ୍ୟପକ୍ଷରେ ପୋଖରୀ ଖୋଳିବା ନେଇ ରାତିଅଧିଆ ଯୋଜନା କରୁଥିବା ଗ୍ରାମବାସୀ ଏବଂ ଗ୍ରାମର ୱାର୍ଡ ମେମ୍ବର ମାନେ ଅଭିଯୋଗ କରିଛନ୍ତି।ଗ୍ରାମବାସୀ ମାନେ କହିଛନ୍ତି କି ଯଦି ପୋଖରୀ ପାଇଁ କାମ ଆସିଛି ତ ସେଠାରେ ନିଳାମଧାରୀଙ୍କର କେଉଁ ଅଧିକାର ଏବଂ କାହା ବଳରେ କୌଣସି ବିଭାଗୀୟ ତଦନ୍ତ କିମ୍ବା ପଲ୍ଲିସଭା ନହୋଇ ପାଣି ଶୁଖେଇ ମାଛ କଇଁଛ ବିକ୍ରି କରିବା ସହିତ ପୋଖରୀ କୁ ଟାଙ୍ଗରା କରି ରଖିଛନ୍ତି।ବିନା କୌଣସି ସରକାରୀ ଅଧିକାରୀଙ୍କ ଅନୁପସ୍ଥିତି ରେ କେଉଁ ମହତ ଉଦେଶ୍ୟ ରଖି ପାଣି ଶୁଖେଇ ହଜାର ହଜାର ଗ୍ରାମବାସୀ ଙ୍କୁ ନିଜର ଗୁଣ୍ଡାରାଜ ବଳରେ ମୁହଁ ବନ୍ଦ କରି ରଖିଛନ୍ତି।ଏପରିକି ବିରଳ କଇଁଛ ଶହେ ରୁ ଉର୍ଦ୍ଧ୍ବ ହେବ କୁଆଡେ ଗଲା ତାର ହିସାବ ମିଳୁନାହିଁ।
ଏ ବିଷୟରେ ଚିଲିକା ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ ଙ୍କୁ ଆମ ପ୍ରତିନିଧି ବିନୁ ଦାସ୍ ପଚାରିବାରେ କହିଛନ୍ତି କି ପୋଖରୀ ଖନନ କାର୍ଯ୍ୟ ପାଇଁ ଅନୁଦାନ ଆସିଛି।ସରକାର ବିକାଶ ପାଇଁ ପ୍ରସ୍ତୁତ କିନ୍ତୁ ସେ ସ୍ଥାନରେ ପୋଖରୀ ହୁଡ଼ା ଜବର ଦଖଲ ଉଚ୍ଛେଦ ଏବଂ ପୋଖରୀ ଖନନ ପାଇଁ ପଦକ୍ଷେପ ନେବାକୁ ଗ୍ରାମବାସୀ ଏବଂ ସରପଞ୍ଚ ବିଡିଓ ଚିଲିକା ଏବଂ ତହସିଲଦାର ଚିଲିକା ଙ୍କୁ ଦରଖାସ୍ତ ଦେଇଥିବା ବେଳେ ଅନ୍ୟପକ୍ଷରେ ଗ୍ରାମବାସୀ ମାନେ ଅନ୍ୟ ଏକ ଦାବି ପତ୍ର ଯୋଗେ ଚିଲିକା ବିଡ଼ିଓଙ୍କ ହସ୍ତକ୍ଷେପ ଦାବି କରିବା ସହିତ ଚଣ୍ଡେଶ୍ୱର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କର ଦୁଇ ନମ୍ବର କାମ ବିରୋଧ ରେ ଏବଂ ନିଲାମ ଧାରୀଙ୍କ ଦବଙ୍ଗ ଗିରି ବିରୋଧରର ଅଭିଯୋଗ କରିଛନ୍ତି।ଗ୍ରାମବାସୀ ମାନେ କହିଛନ୍ତି କି ଆମେ ପୋଖରୀ ଖନନ କୁ ବିରୋଧ କରିନାହୁଁ ଆମେ ବହୁ ପୂର୍ବରୁ ପଞ୍ଚାୟତ ସରପଞ୍ଚ ଏବଂ ବିଧାୟକ ଚିଲିକା ଏବଂ ବିଡ଼ିଓ ଙ୍କୁ ବାରମ୍ବାର ଦାବି କରିଥିଲୁ କି ଗ୍ରାମର ବିକାଶ ପାଇଁ ପୋଖରୀ କୁ ନିଲାମ ଦିଆନଯାଇ ପୋଖରୀ ଖୋଳି ପୋଖରୀ ର ବିକାଶ ପାଇଁ ପ୍ରସ୍ତାବ ଥିଲା।କିନ୍ତୁ ଚଣ୍ଡେଶ୍ୱର ସରପଞ୍ଚ ଚଞ୍ଚକତା କରି ମହିଳା ସଙ୍ଘ ଙ୍କୁ ନିଲାମ ନଦେଇ ସ୍ଥାନୀୟ ଅଞ୍ଚଳର ଜଗନ୍ନାଥ ମହାନ୍ତି ଙ୍କୁ ନିଲାମ ଦିଆଯାଇଛି ।ଏହି ରାତି ଅଧିଆ ନିଲାମ କୁ ପରବର୍ତ୍ତୀ ସମୟରେ ଚଣ୍ଡେଶ୍ୱର ପଞ୍ଚାୟତର ୧୪ ଟି ୱାର୍ଡ ର ୱାର୍ଡ ମେମ୍ବର ମଧ୍ୟରୁ ୧୧ ଜଣ ୱାର୍ଡ ମେମ୍ବର ବିଗତ ସେପ୍ଟେମ୍ବର ଦୁଇ ତାରିଖରେ ଚିଲିକା ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ।ବେନିୟମ ନିଲାମ କୁ ବାତିଲ କରି ପୁନର୍ବାର ମହିଳା ସଙ୍ଘ ଙ୍କୁ ନିଲାମ ଦେବା କୁ ଦାବି ହୋଇଥିଲେ ବି ପରବର୍ତ୍ତୀ ସମୟରେ କିଛି ଦିନ ବ୍ୟବଧାନ ପରେ ବିନା କୌଣସି ବୈଠକରେ ପାଣି ଶୁଖେଇ ଖାଲି କରିଦେଇଛନ୍ତି।ଯାହା ଫଳରେ ଗ୍ରାମବାସୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏ ବିଷୟରେ ଚିଲିକା ବିଡ଼ିଓ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଙ୍କୁ ଆମ ପ୍ରତିନିଧି ମତାମତ ଲୋଡ଼ିବାରେ କହିଛନ୍ତି କି ନିଲାମ ର ପ୍ରାଥମିକ ତଦନ୍ତ ପରେ କାର୍ଯନୁଷ୍ଠାନ ନିଆଯିବ ଏବଂ ହୁଡ଼ା ଜବର ଦଖଲ ଉଚ୍ଛେଦ ପାଇଁ ଚିଲିକା ତହସିଲଦାର ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ହେଲେ ଗ୍ରାମବାସୀ ମାନେ ପାଣି ବିନା କେମିତି ବଞ୍ଚିବେ ତାର ସମାଧାନ ପାଇଁ ନିରବ ରହିବା ଗ୍ରାମବାସୀ ମାନେ ପୁଣିଥରେ ଚିଲିକା ବ୍ଲକ ଅଧକ୍ଷା ଜୋତ୍ସ୍ନା ବେହେରାଙ୍କ ଦୃଷ୍ଟି ଆକର୍ଷଣ କରି ବିବାଦୀୟ ପୋଖରୀ କୁ ଶୀଘ୍ର ପାଣି ଭର୍ତ୍ତି କରିବାକୁ କହିଛନ୍ତି କାରଣ କେବେ ମାପ ହେବ ତାହାର ସଠିକ ଖବର ନଥିବା ବେଳେ ପୋଖରୀ ହୁଡ଼ା ରେ ଥିବା ଜମି ମାଲିକ ମାନେ ଜବର ଦଖଲ ଉଛେଦ କରିବା ସହିତ ପୋଖରୀ ଖନନ କାର୍ଯ୍ୟ କରିବା କଥା କିନ୍ତୁ କୌଣସି ପାଣିର ବ୍ୟବସ୍ଥା ନକରି କେଉଁ ଆଧାରରେ ପାଣି ଶୁଖାଗଲା ଏବଂ ସରକାରୀ ସ୍ତରରେ ଏଭଳି କିଛି ନିୟମ ଅଛି କି ନିଳାମଧାରୀ ପୋଖରୀ ଶୁଖେଇ ପାରିବେ ଏଭଳି ସମସ୍ୟା ନେଇ ମୁଣ୍ଡ ଟେକୁଛି ଆନ୍ଦୋଳନ।ତେଣୁ ଗ୍ରାମବାସୀ କହିଛନ୍ତି କି ପୋଖରୀ ଖନନ କାର୍ଯ୍ୟ ଯଦି କରିବାର ଅଛି ତ ସରକାର ପ୍ରଥମେ ନିଲାମ କୁ ବାତିଲ କରନ୍ତୁ ଏବଂ ସରକାରୀ ଜମି ଚିହ୍ନଟ ସହିତ ଶହେ ବର୍ଷ ତଳର ପୋଖରୀ କୁ ଲାଗିରହିଥିବା ପାଣିନାଳ କେଉଁଠି ଜବର ଦଖଲ ତ କେଉଁଠି ପୋଖରୀ ପାଣି ଯୋଗେ ଭାସି ଯାଇ ମାଟିରେ ମିଶି ଯାଇଛି।ତେଣୁ ସରକାର ଏହି ସମ୍ବେଦନଶୀଳ ଘଟଣା ପ୍ରତି ସଜାଗ ରହିବା ସହିତ ନିଲାମ ଧାରୀ ଙ୍କ ନିଲାମ କୁ ବାତିଲ କରିବା ଏବଂ ପାଣି ଭର୍ତ୍ତି କରି ଗ୍ରୀଷ୍ମପ୍ରବାହ ରୁ ବର୍ତ୍ତିବା ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି ନଚେତ ଯଦି ପୋଖରୀ ଖନନ ବିନା କୌଣସି ସମାଧାନ ରେ ହୁଏ ତ ଏଥିପ୍ରତି ଯଦି କୌଣସି ଅଘଟଣ ଘଟେ ବିଭାଗୀୟ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଜିଲ୍ଲାପାଳ ଖୋର୍ଦ୍ଧା ଏବଂ ଚିଲିକା ବିଡ଼ିଓ ଙ୍କର ତ୍ୱରିତ ପଦକ୍ଷେପ ଲୋଡିଥିବା ବେଳେ ଏହି ସ୍ଥାନର ପରିସ୍ଥିତି କୁ ବ୍ଲକ ଅଧକ୍ଷା ଜୋତ୍ସ୍ନାରାଣୀ ବେହେରା ବ୍ଲକ ଉପାଧକ୍ଷ ଅରୁଣ ପଟନାୟକ ବିବାଦୀୟ ପୋଖରୀ ଦେଖି ଯାଇଛନ୍ତି।