କଳାହାଣ୍ଡି (ରାଜୁ ପାହାଡ) :- ଉପର ଇନ୍ଦ୍ରାବତୀ ଜଳସମ୍ପଦ ବିଭାଗ,ମୁଖିଗୁଡା ର ଦକ୍ଷିଣ ମୁଖ୍ୟ କେନାଲ ଡିଭିଜନ-୨,ଜୁନାଗଡ଼ ରେ କେପେକ୍ସ ଫଣ୍ଡ କୁ ନେଇ ମହାଦୁର୍ନୀତି ହେଇଥିବା ତଥ୍ୟ ସୂଚନା ଅଧିକାର ଆଇନ ବଳରେ ମିଳିଛି। ଏହି ତଥ୍ୟ ରୁ ଜଣାପଡିଛି, ଚୁକ୍ତି ନାମା ର ୧୦ ଦିନ ମଧ୍ୟରେ ୪୦ଗୋଟି ଉର୍ଦ୍ଧ କାମ ର ବିଲ୍ ପୈଠ ହୋଇଛି ତଥ୍ୟ ଅନୁଯାୟୀ ୪ ରୁ ୫ ଟି ଲାଇସେନ୍ସରେ ସମସ୍ତ କାମ ର ଚୁକ୍ତି ନାମା ହେଇଥିଲା । ମାର୍ଚ୍ଚ ମାସରେ ରେ ୬୮ ଚୁକ୍ତି ନାମା ହେଇଥିଲା ତହିଁ ମଧ୍ୟରୁ ୪୦ ଟି ରୁ ଉର୍ଦ୍ଧ କାମ ର ବିଲ୍ ପୈଠ ହେଇଥିବା ଜଣାପଡିଛି । ସରକାରଙ୍କ ବଡ଼ ପୁଅ ବୋଲାଉଥିବା ବାବୁଙ୍କ ପକେଟ୍ ରୁ ୨ କୋଟି ୫୦ ଲକ୍ଷ୍ୟରୁ ଉର୍ଦ୍ଧ ପୈଠ କରିଛନ୍ତି ।
ସାଧାରଣ ଠିକାଦାର ଯଦି ଠିକ ସମୟ ରେ ଠିକ କାମ କରି ବିଲ୍ ପାଇବା ପାଇଁ ହେଲେ ଘର ଠୁ ଅଫିସ,ଓ ଅଫିସ ର ଆଜି ଏହି ଟେବୁଲ୍ ,କାଳି ସେହି ଟେବୁଲ୍ କରି ମାସ ମାସ ଧାଇଁ ବୁଲିବାକୁ ପଡ଼ିଥାଏ। ତାପରେ କନିଷ୍ଠ ଯନ୍ତ୍ରୀ ମାପ ନେବେ, ପରେ ସରକାରୀ ଯନ୍ତ୍ରୀ କାମ ର ଚେକ୍ କରିବେ। ତାପରେ ଯାଇକି କନିଷ୍ଠ ଯନ୍ତ୍ରୀ ବିଲ୍ ପ୍ରସ୍ତୁତ କରି ବିଲ୍ ଦାଖଲ କରିବେ। ସେହି ଠୁ କ୍ୟାଶିୟର, ଏକାଉଣ୍ଟେନ୍,ବଡବାବୁ ଏମିତି ପ୍ରକ୍ରିୟା ଦେଇ ଠିକାଦାରଙ୍କ ଚପଳ ସରିଯିବ ତାପରେ ଯାଇକି ବିଲ୍ ଟଙ୍କା ଠିକାଦାରଙ୍କ ପାଖରେ ପହଞ୍ଚିବ। କିନ୍ତୁ ଏହି ଠିକାଦାରଙ୍କ କ୍ଷେତ୍ରରେ ସମସ୍ତ ପ୍ରକ୍ରିୟା ଫଟା ଫଟ୍ ହୋଇଯାଉଛି। ଏହି ଠିକାଦାରଙ୍କ କ୍ଷେତ୍ରରେ ଏତେ ଶୀଘ୍ର କାମ କରିବା ଅର୍ଥ କ’ଣ ହେଇପାରେ ?
ବର୍ଷ ର ବାର ମାସ ଅପେକ୍ଷା ମାର୍ଚ୍ଚ ମାସ ରେ ଅଫିସ ଗୁଡିକ ଚଳଚଞ୍ଚଳ ଥାଏ, କିରାଣୀ ଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀ ବା ଅଧିକାରୀ ବିଗତ ମାର୍ଚ୍ଚ ମାସ ରେ ବକେୟା କାମ ସାରିବାକୁ ବ୍ୟବସ୍ଥା ରହିଥାନ୍ତି। ଉପର ଇନ୍ଦ୍ରାବତୀ ଜଳସମ୍ପଦ ବିଭାଗ ଦକ୍ଷିଣ କେନାଲ ଜଳସେଚନ ବିଭାଗ ଡିଭିଜନ -୨,ଜୁନାଗଡ଼ କାର୍ଯ୍ୟାଳୟ ଏହି ସମୟରେ ବ୍ୟସ୍ତ ଥିବା କଥା ।କାରଣ ଅନ୍ୟାନ୍ୟ କାମ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆସିଥିବା ଅନୁଦାନ ଖର୍ଚ୍ଚ ର ବିନିଯୋଗ ପ୍ରମାଣପତ୍ର ଦେଲେ, ଆଗାମୀ ଆର୍ଥିକ ବର୍ଷ ପାଇଁ ଅନୁଦାନ ମିଳିବ। ମାର୍ଚ୍ଚ ମାସ ର ସେହି ବ୍ୟସ୍ତତା ଭିତରେ ଅଫିସ ର ବାବୁମାନେ ଖୁବ ଫୁର୍ତ୍ତି ଦେଖାଇ ମାତ୍ର ୧୦ ଦିନ ମଧ୍ୟରେ ୨ ଦୁଇ କୋଟି ୫୦ ଲକ୍ଷ୍ୟ ଟଙ୍କା ରୁ ଉର୍ଦ୍ଧ୍ ଟଙ୍କାର ବିଲ୍ ପୈଠ କରିବା ନିହାତି ଏକ ପାରିଦର୍ଶିତା ବିଷୟ ।ବାବୁମାନଙ୍କ କାର୍ଯ୍ୟଦକ୍ଷତା ମଧ୍ୟ ନିଶ୍ଚୟ ପ୍ରଶଂସନୀୟ । ତେବେ କେବଳ ଏଇ ଗୋଟିଏ ଠିକାଦାରଙ୍କ କ୍ଷେତ୍ରରେ ଅଫିସ ବାବୁମାନେ ତାଙ୍କ କାର୍ଯ୍ୟ ଦକ୍ଷତା ଦେଖାଇଛନ୍ତି। ନା ସମସ୍ତ ଠିକାଦାରଙ୍କ ପାଇଁ ତାହା ବି ଏକ ପ୍ରଶ୍ନବାଚୀ ସୃଷ୍ଟି ହେଇଛି ?
କିନ୍ତୁ ଯେଉଁ ୪୦ଗୋଟି କାମ ରୁ ଉର୍ଦ୍ଧ ବିଲ୍ ପୈଠ ହେଇଛି, ସେହି କାର୍ଯ୍ୟ ସମାପନ କିଛି ସ୍ଥାନ କୁ ଆମେ ପରିଦର୍ଶନ କରିଥିଲୁ ହେଲେ କାର୍ଯ୍ୟ ସମାପନ ଯାଗା ଖୋଜିଥିଲୁ ତା’ର କିଛି ସନ୍ଧାନ ପାଇପାରିନଥିଲୁ। ଏଣୁ ଆମେ ଖବରକାଗଜ ମାଧ୍ୟମରେ ଜିଲ୍ଲା ପ୍ରଶାସନ ଓ ଡବଳ ଇଞ୍ଜିନି ସରକାର ଙ୍କୁ ଅନୁରୋଧ କରୁଛୁ। ଯେଉଁ ୪୦ ଗୋଟିରୁ ଉର୍ଦ୍ଧ କାର୍ଯ୍ୟ ସମାପନ ବିଲ୍ ପୈଠ ହେଇଛି ସେହି କାର୍ଯ୍ୟ ଉପରେ ଭିଜିଲାନ୍ସ ବିଭାଗକୁ ତଦନ୍ତ ନିମନ୍ତେ ନିର୍ଦ୍ଦେଶ ଦେଲେ ଉପର ଇନ୍ଦ୍ରାବତୀ ଜଳସମ୍ପଦ ବିଭାଗ, ମୁଖିଗୁଡା ର ଦକ୍ଷିଣ ମୁଖ୍ୟ କେନାଲ ଡିଭିଜନ – ୨, ଜୁନାଗଡ଼ କାର୍ଯ୍ୟାଳୟ ର କେପେକ୍ସ ଫଣ୍ଡ ଦୁର୍ନୀତି ଲୋକ ଲୋଚନକୁ ଆସିବ ଓ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ମୂଖିଗୁଡ଼ା କାର୍ଯ୍ୟାଳୟର କଳା କାରନାମା ମଧ୍ୟ ଲୋକ ଲୋଚନକୁ ଆସିବ।


