ଅଗଷ୍ଟ ୧୨ ଯାଏଁ ସମସ୍ତ ଟ୍ରେନ ବାତିଲ

ଭୁବନେଶ୍ୱର: ଦେଶରେ କୋରୋନା ସ୍ଥିତି ଦୃଷ୍ଟିରୁ ରେଳ ବୋର୍ଡ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଦେଶବ୍ୟାପୀ ଅଗଷ୍ଟ ୧୨ ଯାଏ ବନ୍ଦ ରହିବ ସମୟ-ସାରଣୀଭୁକ୍ତ ଟ୍ରେନ୍‌ । ସମସ୍ତ ମେଲ୍‌, ଏକ୍ସପ୍ରେସ, ପାସେଞ୍ଜର ଓ ମେଟ୍ରୋ ଟ୍ରେନ୍‌ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏବେ ଚାଲୁଥିବା ସ୍ପେଶାଲ ରାଜଧାନୀ/ ମେଲ୍/ଏକ୍ସପ୍ରେସ୍ ଚାଲିବ। କରୋନା ଭାଇରସର ପ୍ରକୋପ ବଢ଼ୁଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ଏହା ସହ ଜୁଲାଇ ୧ରୁ ଅଗଷ୍ଟ ୧୨ ଯାଏ ଯାତ୍ରୀଙ୍କ ଟିକେଟ ମଧ୍ୟ ବାତିଲ କରାଯିବ। ଭାରତୀୟ ରେଳବାଇ ନିୟମିତ ଟ୍ରେନ ପାଇଁ ଏପ୍ରିଲ ୧୪ ବା ଏହା ପୂର୍ବରୁ ବୁକ ହୋଇଥିବା ସମସ୍ତ ଟିକେଟ ବାତିଲ କରିବାକୁ ଘୋଷଣା କରିଛି । ଏଥିପାଇଁ ଯାତ୍ରୀଙ୍କୁ ଟିକେଟ ମୂଲ୍ୟ ଫେରସ୍ତ ଦିଆଯିବ ବୋଲି କୁହାଯାଇଛି।