ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କୁ ୧୪ଦଫାଦାବି |

କେନ୍ଦୁଝର (ଦୁର୍ଯ୍ୟୋଧନ ପାତ୍ର):ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଆଜି ଜିଲ୍ଲାପାଳଙ୍କୁ ବିଭିନ୍ନ ଦାବି ପୂରଣ ନେଇ ୧୪ଦଫାଦାବିପତ୍ର ପ୍ରଦାନ କରାଯାଇଛି।ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ କେନ୍ଦୁଝର ଜିଲ୍ଲା ସତନ୍ତ୍ର ସ୍ଥାନ ଅଧିକାର କରିଥିଲା।ଏହି ଜିଲ୍ଲା ଓଡ଼ିଶାର ପ୍ରଶାସନିକ,ରାଜନୈତିକ,ସାମାଜିକ,କଳା ଓ ସଂସ୍କୃତି କ୍ଷେତ୍ରରେ ନେତୃତ୍ବ ପ୍ରଦାନ କରିଥିବା ବହୁ ପ୍ରତିଭା ଙ୍କୁ ସୃଷ୍ଟି କରିଛି।ତେବେ ଦୁଃଖର ବିଷୟ କେନ୍ଦୁଝର ଜିଲ୍ଲାର ଉଚ୍ଚଶିକ୍ଷା ଆଜି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଉଜ୍ଜଳ ଭବିଷ୍ୟତର ସ୍ବପ୍ନ ଦେଖୁଥିବା ନିରୀହ ଛାତ୍ରଛାତ୍ରୀଙ୍କ ସରଳତାର ସୁଯୋଗ ନେଇ ରାଜ୍ୟ ସରକାର ଉଚ୍ଚଶିକ୍ଷା କୁ ସମ୍ପୂର୍ଣ୍ଣ ରୂପେ ଅବହେଳିତ କରି ଗରିବ ମେଧବୀ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛନ୍ତି।କଲେଜ୍ ରେ ପାଠପଢି ସୁନ୍ଦର ଭବିଷ୍ୟତ ଗଢ଼ିବା ପାଇଁ ସ୍ବପ୍ନ ଦେଖୁଥିବା ପିଲାଟି ଆଜି ବାଧ୍ୟ ହେଇ ଦାଦନ ଖଟିବାକୁ ଅନ୍ୟ ରାଜ୍ୟ କୁ ଯାଉଛି।କେନ୍ଦୁଝର ର ସମସ୍ତ ମହାବିଦ୍ୟାଳୟରେ ଅଧ୍ୟାପକ ପଦବୀ ଖାଲି ପଡିବା ସହିତ ଅଧିକାଂଶ ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷନାହାନ୍ତି।ଦୀର୍ଘଦିନ ହେବ ବିଶ୍ବବିଦ୍ୟାଳୟରେ ପରୀକ୍ଷା ପରିଚାଳନା,ଖାତାଦେଖା ଏବଂ ଫଳ ପ୍ରକାଶନ ରେ ଅହେତୁକ ଅବହେଳା ବିଶ୍ବବିଦ୍ୟାଳୟ ର ପରିଚାଳନାର ଅସଲ ଚିତ୍ରକୁ ସାମ୍ନାକୁ ଆସିଛି।ଜିଲ୍ଲାରେ ମହିଳା ହିଂସା ଦିନକୁ ଦିନ ବୃଦ୍ଧି ପାଉଛି କିନ୍ତୁ ସରକାର ଏଥିପ୍ରତି କୌଣସି ଆଶା ଦିନକୁ ଦିନ ମଉଳି ଯାଉଛି।ଜିଲ୍ଲାରେ ପର୍ଯ୍ୟଟନ ବିକାଶର ଡିଣ୍ଡିମ ପିଟୁଥିବା ସରକାର ଆଜି ପର୍ଯ୍ୟନ୍ତ ପର୍ଯ୍ୟଟନ ଶିଳ୍ପର ବିକାସ ପାଇଁ କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରିନାହାଁନ୍ତି।ଓଡ଼ିଶା ବିକାଶର କଥା କହୁଥିବା ଏହି ରାଜ୍ୟ ସରକାର ଓଡ଼ିଶାର ବିକାଶରେ ନିଜେ ବାଧକ ସାଜିଛନ୍ତି।କେନ୍ଦୁଝର ଜିଲ୍ଲାରେ ଥିବା ସମସ୍ତ ମହାବିଦ୍ୟାଳୟ ରେ ଖାଲି ପଡିଥିବା ଅଧ୍ୟାପକ,ଅଣ ଅଧ୍ୟାପକ ପଦବୀ ପୂରଣ,ସେମିଷ୍ଟର ପରୀକ୍ଷା ଫଳକୁ ୪୫ ଦିନ ମଧ୍ୟରେ ପ୍ରକାଶ କରିବା।କେନ୍ଦୁଝର ଜିଲ୍ଲା ରେ ଥିବା ସମସ୍ତ ମହାବିଦ୍ୟାଳୟ ର ଜମିକୁ ନିଜ ମହାବିଦ୍ୟାଳୟ ନାମ ରେ ପଞ୍ଜିକୃତ।ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନରେ ବୃଦ୍ଧି ପାଉଥିବା ଫିସ୍ କୁ ନିୟନ୍ତ୍ରଣ କରିବା ନିମିତ୍ତ ସ୍ଵତନ୍ତ୍ର କମିଟି ଗଠନ।କେନ୍ଦୁଝର ଜିଲ୍ଲାରେ ଏକ କ୍ରୀଡା ବିଶ୍ବବିଦ୍ୟାଳୟ ସ୍ଥାପନ।ରାଜ୍ୟସରକାର ମହିଳା ହିଂସାକୁ ରୋକିବା ପାଇଁ ଜିଲ୍ଲା ରେ ଏକ ମହିଳା ଥାନା ର ପ୍ରତିଷ୍ଠା।କେନ୍ଦୁଝର ରେ ଜନଜାତି ବିଶ୍ବବିଦ୍ୟାଳୟ ସ୍ଥାପନ,କେନ୍ଦୁଝର ଜିଲ୍ଲାରେ କୃଷି ବିଶ୍ବବିଦ୍ୟାଳୟ ସ୍ଥାପନ,କେନ୍ଦୁଝର ଜିଲ୍ଲାରେ ଥିବା ପ୍ରତିଟି କଲେଜ କ୍ୟାମ୍ପସ ରେ ଅଣଛାତ୍ର ପ୍ରବେଶ କୁ ନିଷେଧ।କେନ୍ଦୁଝର ର ପ୍ରତିଟି କଲେଜ କେମ୍ପସ୍ ର ବିକାଶ ସହିତ ଶିକ୍ଷା,କଳା ଓ କ୍ରୀଡା କୁ ଗୁରୁତ୍ଵ।କେନ୍ଦୁଝର ରେ ଏକ ଇସ୍ପାତ କାରଖାନା ର ପ୍ରତିଷ୍ଠା,ଚମ୍ପୁଆ ଓ ଆନନ୍ଦପୁର ମହାବିଦ୍ୟାଳୟ କୁ ସ୍ବୟଂଶାସିତ ମହାବିଦ୍ୟାଳୟ ର ମାନ୍ୟତା।କେନ୍ଦୁଝର ଏକ ଖଣିଖାଦାନ ରେ ଭରପୁର ଜିଲ୍ଲା ହୋଇଥିଲେ ସୁଦ୍ଧା ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନମିଳିବା ଏକ ଦୁର୍ଭାଗ୍ୟ ର ବିଷୟ ଏଥିପ୍ରତି ସରକାର ଧ୍ୟାନ ଦେବା।କେନ୍ଦୁଝର ରୁ ଘଟଗାଁ ଆନନ୍ଦପୁର ଦେଇ ଭଦ୍ରକ ଧାମରା କୁ ରେଳ ରାସ୍ତାର ସଂଯୋଗ ଆଦି ୧୪ଦଫା ଦାବି ପୂରଣ ପାଇଁ ଜିଲ୍ଲାପାଳ ଙ୍କୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କର୍ମକର୍ତ୍ତାଗଣ ଦାବିପତ୍ରଦେଇଥିଲେ।