ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଷୋଳପଦା ଅଂଚଳ ଆମ୍ବଶରମୁଣ୍ଡା ଖେଳପଡିଆ ଠାରେ ଆମ୍ବଶରମୁଣ୍ଡା କ୍ରିକେଟ ଟିମ ଆନୁକୂଲ୍ୟରେ ରାତ୍ରିକାଳୀନ କ୍ରିକେଟ ଟୁର୍ନାମେଣ୍ଟ i ଉଦଯାପିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ସାଏ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଖେଳକୁ ଉଦଘାଟନ କରିଥିଲେ l ସରପଞ୍ଚ ସସ୍ମିତା ସେଠି, ରହିତାଶ୍ଵ ପ୍ରଧାନ,ବାବା ଧବଳେଶ୍ୱର ୱେବ ମିଡ଼ିଆ ସାମ୍ବାଦିକ ମହାସଂଘ ଆଠମଲ୍ଲିକ ର ସଭାପତି ସାମ୍ବାଦିକ କରୁଣାକର ନାୟକ,, ବୁଲୁ ଦଳେଇ ଆମ୍ବଶରମୁଣ୍ଡା ପୁଞ୍ଜ ଗଣ୍ଡୋ ସମାଜ ର ସଭାପତି ଭଜମନ ନାୟକ, ନାଏଵ ସରପଞ୍ଚ ମନ୍ଦୋଦରୀ ନାୟକ, ବୈଜେଷ୍ଠ ବ୍ୟକ୍ତି ଲିଙ୍ଗରାଜ ନାୟକ, ମକରଧ୍ଵଜ ନାୟକ ସଂମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଉକ୍ତ ଖେଳ ଗତ 20 ତାରିଖରେ ଆରମ୍ଭ ହୋଇ 6 ଦିନରେ ଶେଷ ହୋଇଥିଲା ଓ ଆଜି ହେଉଛି ଖେଳର ଅନ୍ତିମ. ଦିବସ l ଉକ୍ତ ଦିବସ ରେ ଉଇନର ଭାବେ ଆମ୍ବଶରମୁଣ୍ଡା ଟିମ ବିଜୟୀ ହୋଇଥିବା ବେଳେ ରନର୍ସ ଭାବେ ଅଙ୍ଗପଡା ଟିମ ବିବେଚିତ ହୋଇ ମୁଖ୍ୟ ଅତିଥି ମାନଙ୍କ ଠାରୁ ଟ୍ରଫି ଓ ଅର୍ଥରାଶି ଗ୍ରହଣ କରିଥିଲେ l ଏଥିରେ ମୋଟ 16 ଗୋଟି ଟିମ ଭଗନେଇ ଥିବା ବେଳେ ଆମ୍ବଶରମୁଣ୍ଡା ଟିମ ଓ ଅଙ୍ଗପଡା ଟିମ ଫାଇନାଲ କୁ ଯାଇ ସଂଘର୍ଷ ପୂର୍ଣ୍ଣ ଖେଳ ପ୍ରଦର୍ଶନ କରିଥିଲେ l ଉକ୍ତ ଖେଳକୁ ଟିମ ର ଅଜିତ କୁମାର ପଧାନ, ମଣ୍ଟୁ ବାରିକ, କୁମାର ସାନୁ ନାୟକ, ପ୍ରଦୀପ ପାତ୍ର, ଦିପୁନ କୁମାର ନାୟକ, ପ୍ରଫୁଲ୍ଲ ଦେହୁରୀ, ଚିନ୍ମୟ ପ୍ରଧାନ, ଅଶ୍ବକ ପାତ୍ର, ଶ୍ରବଣ ରଣା, ସୁଧାକର ବିଶ୍ୱାଳ, ସୁଶାନ୍ତ କୁମାର ନାୟକ,ପ୍ରକାଶ ବିଶ୍ୱାଳ, ମଦନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l