କେଜ୍ରିଓ୍ୱାଲଙ୍କ ଆସିଲା କରୋନା ଟେଷ୍ଟ ରିପୋର୍ଟ ।

Biplabnews Bureau,
ନୂଆଦିଲ୍ଲୀ ୦୯/୦୬ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଙ୍କୁ ଶନିବାରଠାରୁ ଜର ହେବା ସହ ତଣ୍ଟିରେ ସମସ୍ୟା ଦେଖା ଦେଇଥିଲା । ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ କରୋନା ପରୀକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ । ମଙ୍ଗଳବାର ତାଙ୍କର ସ୍ୱାବ କରୋନା ପରୀକ୍ଷଣ ପାଇଁ ପଠାଯାଇଥିଲା । ଆଜି ତାଙ୍କର ସ୍ୱାବ ରିପୋର୍ଟ କୋଭିଡ୍‌ ୧୯ ନେଗେଟିଭ୍ ଆସିଛି । ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରବିବାର ଅପରାହ୍ନରୁ କେଜ୍ରିଓ୍ୱାଲ ତାଙ୍କର ସମସ୍ତ ବୈଠକ ବା ମିଟିଂ ବାତିଲ କରିଥିଲେ । ଏବେ ସେ ସଙ୍ଗରୋଧରେ ଏକୁଟିଆ ରହୁଥିଲେ । (ଏଜେନ୍ସି )