ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ପଦନପୁର (ଜଟଣୀ ବ୍ଲକ) ସରପଞ୍ଚ

ଜଟଣୀ ୦୯/୦୬ : ଆଜି ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅଧିନସ୍ଥ ପଦନପୁର ପଞ୍ଚାୟତ ର ସରପଞ୍ଚ ଜିଲ୍ଲାପାଳ କ୍ଷମତାର ପ୍ରୟୋଗ କରି 3 ଟି ଗ୍ରାମ ଯଥା ବଡତୋଟା, ବେଲପଡା, ଖୋଲାଦ୍ଵାର ଗ୍ରାମରେ ଆଜି ସନ୍ଧ୍ୟା ୬ଟାରୁ ୧୧ ତାରିଖ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରି ଅତି ଆବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ନିବେଦନ କରିଛନ୍ତି । ସେଠାରେ ଔଷଧ ଦୋକାନ ଛଡା ସମସ୍ତ ଦୋକାନ ବନ୍ଦ ରହିବ |ସୂଚନା ଅନୁସାରେ : ବଡତୋଟା ର ଜଣେ ବ୍ୟବସାୟୀ କାରୋନା ପଜେଟିଭ ବାହାରିଛନ୍ତି | ସେ କାହାଠାରୁ ସଂକ୍ରମିତ ହୋଇଛନ୍ତି ଏ ପର୍ଯନ୍ତ ସୂଚନା ମିଳି ନାହିଁ | ତାଙ୍କର ଜଟଣୀ ସୀତାରାମ ଛକ ନିକଟରେ ଗ୍ରୋସରୀ ଦୋକାନ ଅଛି ସେଥିପାଇଁ ଉକ୍ତ ସ୍ଥାନ କୁ ବିଶୋଧନ କରାଯାଇ ଅଛି |