ଭୁବନେଶ୍ୱର,୧୦।୧୦: ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପାଇଁ ବଢିଛି ଅଡୁଆ । ଅପରାଜିତଙ୍କ ଅଫିସ ୫ ଦିନ ପାଇଁ ସିଲ୍ କରିପାରେ ବିଏମସି । ଏନେଇ ବିଏମସି ପକ୍ଷରୁ ନିର୍ଦ୍ଦେଶାନାମା ଜାରି ହୋଇଛି । ଅପରାଜିତାଙ୍କ ଅଫିସରେ ଆଜି ପହଞ୍ଚିଛି ବିଏମସି ଟିମ୍ ।
ସେପଟେ ସାଂସଦ ଅପରାଜିତାଙ୍କ ନାଁରେ ଅଭିଯୋଗ ହୋଇଛି । ଡିସିପି ଅଫିସରେ ଫେରାଦ ହୋଇଛନ୍ତି କୋଭିଡ୍ ଯୋଦ୍ଧା । ମେଡିକାଲ ଷ୍ଟାଫ୍, ସଫେଇ କର୍ମଚାରୀ, ଆଶା କର୍ମୀ ଓ କୋଭିଡ୍ ସଚେତକମାନେ ଫେରାଦ ହୋଇଛନ୍ତି । ସାଂସଦଙ୍କ ବେପରୁଆ କାର୍ଯ୍ୟ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇଛି । ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କୋଭିଡ୍ ଯୋଦ୍ଧା ।
ତେବେ ଅପରାଜିତା ଷଡଙ୍ଗୀ କୋଭିଡ ନିୟମ ବାରମ୍ବାର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ନିଜ ଜନ୍ମଦିନରେ କୋଭିଡ ଗାଇଡଲାଇନ୍ ଭାଙ୍ଗିଥିବା ଅଭିଯୋଗ ହୋଇଛି । ଏନେଇ ଗତକାଲି କେନ୍ଦ୍ରକୁ ଚିଠି ଲେଖିଥିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।