ରାଜ୍ୟର ୧୧୨୦ଟି ଔଷଧ ଦୋକାନରେ ମିଳିବ ଫାଭିପିରାଭିର

ଭୁବନେଶ୍ଵର : ଏଣିକି ରାଜ୍ୟରେ ଉପଲବ୍ଧ ହେବ କରୋନା ଔଷଧ ଫାଭିପିରାଭିର। ବିଭିନ୍ନ ଜିଲ୍ଲାରେ ଘରେ ସଂଗରୋଧରେ ଥିବା ରୋଗୀମାନଙ୍କୁ ଏହି ଔଷଧ ସରକାରଙ୍କ ଦ୍ଵାରା ଯୋଗାଇଦିଆଯିବ। ଏଥିସହ ସ୍ଵୀକୃତିପ୍ରାପ୍ତ ଔଷଧ ଦୋକାନରୁ ଏହି ଔଷଧକୁ ରୋଗୀମାନେ କିଣିପାରିବେ। ରାଜ୍ୟ ସରକାର ଅନୁମତି ଦେଇଛନ୍ତି ।

ରାଜ୍ୟ ଔଷଧ ମହାନିୟନ୍ତ୍ରକଙ୍କ ପକ୍ଷରୁ ଜାରି ଆଦେଶ ଅନୁସାରେ ଓଡିଶାର ୧୧୨୦ଟି ଔଷଧ ଦୋକାନରେ ଏହା ଉପଲବ୍ଧ ହେବ। ୫ଟି ମହା ନଗର ନିଗମ ମଧ୍ୟରୁ ଭୁବନେଶ୍ଵର, କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲାର ୪୦ଟି ଲେଖାଏଁ ଔଷଧ ଦୋକାନରେ ଏହା ମିଳିବ। ସେହିପରି ଅନ୍ୟ ଜିଲ୍ଲାଗୁଡ଼ିକ ପାଇଁ ମଧ୍ୟ ଫାଭିପିରାଭିର ମିଳିବାକୁ ଥିବା ସର୍ବାଧିକ ଔଷଧ ଦୋକାନ ସଂଖ୍ୟା ନିର୍ଦ୍ଧାରିତ କରାଯାଇଛି