ଆଜି ଚିହ୍ନଟ ହେଲେ ୪୨୩୭ କରୋନା ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ୬୪୭ ଜଣ ୧୫ ମୃତ

ଭୁବନେଶ୍ୱର,୨୩।୦୯ : ରାଜ୍ୟରେ ଆଜି ୪୨୩୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୨୪୮୫ ଜଣ କ୍ଵାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୧୭୫୨ ଜଣ ସ୍ଥାନୀୟ ଅଞ୍ଚଳର। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୯୨ ହଜାର ୫୪୮କୁ ବୃଦ୍ଧି ପାଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି କରୋନାରେ ଆଜି ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୩୬ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ଭୁବନେଶ୍ୱରର ୪ ଜଣ ଥିବାବେଳେ ପୁରୀରୁ ୨, କଟକ, ବାଲେଶ୍ୱର, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ନବରଙ୍ଗପୁର, ଢେଙ୍କାନାଳ, କନ୍ଧମାଳ ଓ ମାଲକାନଗିରିରୁ ଜଣେ ଲେଖାଏଁ ରହିଛନ୍ତି।
ବୁଧବାର ମିଳିଥିବା ୩୦ ଜିଲ୍ଲାର ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ୬୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ଅନୁଗୁଳ ୧୧୦, ବାଲେଶ୍ଵର ୧୬୧, ବରଗଡ ୧୨୧, ଭଦ୍ରକ ୧୩୬, ବଲାଙ୍ଗୀରି ୬୭, ବୋଦ୍ଧ ୪୩, କଟକ ୫୭୭, ଦେବଗଡ ୨୨, ଢେଙ୍କାନାଳ ୭୦, ଗଜପତି ୪୨, ଗଞ୍ଜାମ ୭୧, ଜଗତସିଂହପୁର ୧୭୩, ଯାଜପୁର ୨୦୧, ଝାରସୁଗୁଡା ୨୦୫, କଳାହାଣ୍ଡି ୫୭, କନ୍ଧମାଳ ୫୫, କେନ୍ଦ୍ରାପଡ଼ା ୧୪୮, କେନ୍ଦୁଝର ୪୨, କୋରାପୁଟ ୮୯, ମାଲକାନଗିରି ୪୪, ମୟୂରଭଞ୍ଜ ୧୩୯, ନବରଙ୍ଗପୁର ୭୦, ନୟାଗଡ ୫୦, ନୂଆପଡା ୧୧୫, ପୁରୀ ୨୧୯, ରାୟଗଡ଼ା ୫୧, ସମ୍ବଲପୁର ୧୧୧, ସୁବର୍ଣ୍ଣପୁରରୁ ୧୩୧ ଓ ସୁନ୍ଦରଗଡ ଜିଲ୍ଲାରୁ ୧୦୧ ଜଣ ଏବଂ ଷ୍ଟେଟ ପୁଲରୁ ୧୬୯ ଜଣ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି।