କିପରି ରୋଗ ଥିଲେ କରୋନା ସଂକ୍ରମଣ ଆଶଙ୍କା ଅଧିକ, ଜାଣନ୍ତୁ କଣ କହିଲେ ରାଜ୍ୟ ସରକାର ।

ଭୁବନେଶ୍ୱର, ୨୩/୦୯ : ରାଜ୍ୟରେ କରୋନା ସ୍ଥିତି ନେଇ ରାଜ୍ୟ ସରକାର ସୂଚନା ଦେବା ସହ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଛନ୍ତି । ଦିଆଯାଇଥିବା ସୂଚନା ଅନୁସାରେ କର୍କଟ ରୋଗୀ ଥିବା ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ ରହିଛି । କାରଣ ସେମାନଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି କମ ଥାଏ । କର୍କଟ ରୋଗୀ କରୋନା ଲକ୍ଷଣ ଦେଖାଗଲେ ହସ୍ପିଟାଲ ଯିବାକୁ ପଡ଼ିବ । କେମୋଥେରାପି ନେଉଥିବା ବେଳେ ଯଦି ଜଣଙ୍କୁ କରୋନା ହୁଏ ତେବେ ଅତି ଜରୁରୀ ନଥିଲେ କେମୋଥେରାପିକୁ ବିଳମ୍ବ କରାଯାଇପାରେ ।