ପୋଲିସ ନାଁରେ ନବବଧୂକୁ ହତ୍ୟା ଅଭିଯୋଗ

ଭୁବନେଶ୍ୱର,୨୦।୦୯: ଭୁବନେଶ୍ୱରରେ ପୁଲିସ୍ ନାଁରେ ହତ୍ୟା ଅଭିଯୋଗ। ମିଳିଥିବା ସୂଚନା ଅନୁସାରେ ତମାଣ୍ଡୋ ଥାନା ପୋଲିସ କର୍ମଚାରୀ ବିଜୟ କୁମାର ଗୋଚ୍ଛାୟତ ଏବଂ ତାଙ୍କ ପୁଅ ଯାମିନୀ ଗୋଚ୍ଛାୟତଙ୍କ ନାଁରେ ହତ୍ୟା ଅଭିଯୋଗ ହୋଇଛି। ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଝିଅର ପରିବାର ଲୋକେ। ଏ ନେଇ ତମାଣ୍ଡୋ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି । ମୁତକ ଜଣଙ୍କ ହେଲେ ବନ୍ଦନା ଜେନା । ଗତ ଫେବୃଆରୀ ମାସରେ ତମାଣ୍ଡୋରେ ବିବାହ କରିଥିଲେ। ମୃତ ମହିଳାଙ୍କ ବେକରେ ରଶି ଲଗା ଦାଗ ସ୍ପଷ୍ଟ ଭାବେ ଦେଖାଯାଉଛି। ତେଣୁ କେଉଁ ପରିସ୍ଥିତି ଏବଂ କାହିଁକି ଏଭଳି ଘଟଣା ଘଟିଲା, ସେ ସଂପର୍କରେ ପୁଲିସ୍ ଛାନ୍‌ଭିନ୍‌ ଆରମ୍ଭ କରିଛି। ପୋଲିସ ମାମଲା ରୁଜୁ କରିବା ସହ ସ୍ୱାମୀ ଯାମିନୀ ଙ୍କୁ ଅଟକ ରଖିଛି। ଯୌତୁକ ପାଇଁ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।