ସାମ୍ନାକୁ ଆସିଲା ନୂଆ ତଥ୍ୟ ସ୍ଵାଦ ଓ ଗନ୍ଧ ନ ବାରିବା କରୋନା ଲକ୍ଷଣ ନୁହେଁ

ନୂଆଦିଲ୍ଲୀ,୨୦।୦୯ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଏହି ରୋଗର ଲକ୍ଷଣ ସମ୍ପର୍କରେ ବିଶେଷଜ୍ଞମାନେ ଅନେକ ତଥ୍ୟ ଦେଇଛନ୍ତି। ଆହୁରି ଅଧିକ ଜାଣିବା ପାଇଁ ମଧ୍ୟ ଜାରି ରହିଛି ଏହା ଉପରେ ଅଧ୍ୟୟନ। କିନ୍ତୁ ଏବେ ଥଣ୍ଡା କିମ୍ବା ଜ୍ଵର ହେଲେ ତୁରନ୍ତ କରୋନା ଟେଷ୍ଟ କରାଯାଉଛି। ସ୍ଵାଦ ଓ ଗନ୍ଧ ନ ବାରିବାକୁ କୁହାଯାଉଛି କରୋନା ଲକ୍ଷଣ। ମାତ୍ର ଆଜି ନୂଆ ତଥ୍ୟ ସାମ୍ନାକୁ ଆସିଛି।
ଆରୋଗ୍ୟ ଯୋଗ ଓ ମେଡିଟେସନ ସେଣ୍ଟରର ନିର୍ଦ୍ଦେଶକ ଗୁଲଶନ କୁମାର କହିଛନ୍ତି କରୋନା ସମୟରେ ନୂଆ ଅଧ୍ୟୟନ ରିପୋର୍ଟ ସାମ୍ନାକୁ ଆସୁଛି। ଶ୍ଵାସକ୍ରିୟାରେ ଯନ୍ତ୍ରଣା ଅନୁଭବ କରିବା, କାସ, ଦୁର୍ବଳ, ଜ୍ୱର, ଗଳା ଓ ଫୁସଫୁସ ସଂକ୍ରମଣ ଆଦି ଲକ୍ଷଣ କରୋନାରେ ଦେଖାଯାଏ। ଏଥିସହ ସ୍ଵାଦ କିମ୍ବା ଗନ୍ଧ ପ୍ରାୟ ୫୦ ପ୍ରତିଶତ ଲୋକ ବାରି ପାରୁ ନାହାନ୍ତି।

ସେ କହିଛନ୍ତି ସାଧାରଣ ଥଣ୍ଡାରେ ବାସ୍ନା ବାରି ହୋଇ ନ ଥାଏ। ଯେଉଁମାନଙ୍କର ନାକରେ ଆଲର୍ଜି, ନାକରେ ପୋଲିପ୍ ଅଛି ବା ନାକରେ ନାଜଲ ଡ୍ରପ୍ ଅଧିକ ଯେଉଁମାନେ ବ୍ୟବହାର କରନ୍ତି ସେମାନଙ୍କର ମଧ୍ୟ ଘ୍ରାଣଶକ୍ତି କ୍ଷମତା କମିଯାଏ। ଏହାର ଅର୍ଥ ନୁହେଁ ସେମାନେ କରୋନା ପଜିଟିଭ। ବୟସ ବଢ଼ିଲେ ମଧ୍ୟ ଘ୍ରାଣଶକ୍ତି କମିଯାଏ। ସେହିପରି ମଧୁମେହ ତଥା ପାକିର୍ସନରେ ପୀଡ଼ିତଙ୍କର ଘ୍ରାଣଶକ୍ତି କ୍ଷମତା କମିଥାଏ। ତେଣୁ ଏ ସସମ୍ୟା​ ଦୂର ପାଇଁ ଯୋଗରେ ଜଳ ନୀତି କରିବା ଦରକାର। ଏହା ବ୍ୟତୀତ ସୂତ୍ର ନୀତି, କପାଳଭାତି ଓ ଘୃତ ନୀତି ଘ୍ରାଣଶକ୍ତି ବଢ଼ାଇବାରେ ସାହାଯ୍ୟ କରିବ। ଜଳ ନୀତି ପାଇଁ ଗୋଟେ ଢ଼ାଳରେ ଉଷୁମ ପାଣିରେ କିଛି ସୈନ୍ଧବ ଲୁଣ ମିଶାଇ ବାମ ନାକପୁଡାରେ ରଖି ଡାହାଣ ନାକପୁଡାରେ ବାହାର କରିବା। ପୁଣି ଡାହାଣରେ ପୂରାଇ ବାମପଟେ ବାହାର କରିବା ଦ୍ଵାରା ଘ୍ରାଣଶକ୍ତି କ୍ଷମତା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।