ବସ୍ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ଅନୁକମ୍ପା ରାଶି ଘୋଷଣା

ଛତିଶଗଡ଼, ୫ା୯: ଛତିଶଗଡ଼ ଛେରିଖେଡ଼ିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ବସ୍ ଓ ଟ୍ରକ୍ ମୁହାଁମୁହିଁ ହେବା ଫଳରେ ୭ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ମୃତକଙ୍କ ପରିବାର ପ୍ରତି ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତି ମୃତକଙ୍କ ପରିବାରକୁ ୨ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ମିଳିବ । ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି । ରାୟପୁର ଯିବାକୁ ଶ୍ରମମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଛତିଶଗଡ଼ ଡ଼ିଜିପିଙ୍କ ସହ ଯୋଗାଯୋଗରେ ରହିବାକୁ ମଧ୍ୟ ଡ଼ିଜିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଉଲ୍ଳେଖଯୋଗ୍ୟ ଯେ ଛତିଶଗଡ଼ ଛେରିଖେଡ଼ିରେ ଆଜି ଏକ ବସ୍ ଓ ଟ୍ରକ ମୁହାଁମୁହାଁ ହୋଇଥିଲା । ଏହି ମର୍ମନ୍ତୁଦ ସଡ଼ର୍କ ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ଘଟିଛି । ଓଡ଼ିଶାରୁ ଶ୍ରମିକ ନେଇ ଗୁଜୁରାଟକୁ ଯାଉଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି ।