ଖୋର୍ଧା,୦୫।୦୯: ଖୋର୍ଧା ଜିଲ୍ଲା ଅଧିନସ୍ଥ ୧୬ନମ୍ବର ଜାତୀୟ ରାଜପଥ ହରୀକୁଣ୍ଡ ବରଡି ନିକଟରେ ମାଲବାହୀ ଟ୍ରକରେ ଅଗ୍ନିକାଣ୍ଡ । ସାମ୍ନାରେ ଯାଉଥିବା ଏକ କୋବି ବୋଝେଇ ଟ୍ରକକୁ ପିଟି ହୋଇ ଗାଡ଼ିର ସାମ୍ନା ପଟ ଇଞ୍ଜିନ ଆଡୁ ନିଆଁ ଲାଗି ଯିବାରୁ ଗାଡି ଡ୍ରାଇଭର ଅଗ୍ନିକାଣ୍ଡରେ ପୋଡି ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ହେଲଫର କୁ ସ୍ଥାନୀୟ ଲୋକମାନେ ବାଲୁଗାଁ ମେଡ଼ିକାଲକୁ ନେଇଥିବା ସୂଚନା ରହିଛି । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ କୁ ଆୟତ୍ତ କରିଛନ୍ତି । ସେପଟେ ବାଲୁଗାଁ ଏସ.ଡି.ପି.ଓ ସୁରେଶ ଦାଶ, ବାଲୁଗାଁ ଓ ବାଣପୁର ଆଇ.ଆଇ.ସି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି । ଟ୍ରକ ଟି ବ୍ରହ୍ମପୁର ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା ବୋଲି ଖବର ରହିଛି ।