ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ , ମତ୍ସ୍ୟ ଓ ପଶୁ ସମ୍ପଦ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁଙ୍କ ସୋସିଆଲ ମିଡ଼ିଆ ଫେସବୁକ ପେଜ ହ୍ୟାକ ହୋଇଯାଇଛି।
ମନ୍ତ୍ରୀଙ୍କର ଫେସବୁକ ପେଜ Dr. Arun Kumar Sahoo ପେଜଟି କେହି ଜଣେ ଦୁର୍ବୁତ୍ତ ହ୍ୟାକ କରିଦେଇଛି। ଏ ନେଇ ମନ୍ତ୍ରୀଙ୍କ ପାଖକୁ ଏକ ନୋଟିଫିକେସନ ଆସିଥିଲା । ଯେଉଁଥିରେ ଉଲ୍ଲେଖ ଅଛି ଆପଣ ଏହି ପେଜରେ ଆଉ ଆଡ଼ମିନ ନାହାନ୍ତି। ଏହା ପରେ ମନ୍ତ୍ରୀ ଫେସବୁକର ଟାଇମଲାଇନରେ ଏକ ପୋଷ୍ଟ କରି ଲେଖିଛନ୍ତି ଆସନ୍ତାକାଲି ଏ ନେଇ ସାଇବର ସେଲ ଏକ ଅଭିଯୋଗ ଦାଖଲ କରିବେ। ସେତେବେଳ ପର୍ଯ୍ୟନ୍ତ କୌଣସି ପୋଷ୍ଟ ଯଦି କେହି କରନ୍ତି ତେବେ ତାହା ମୋର ବ୍ୟକ୍ତିଗତ ନୁହେଁ ବୋଲି ଉଲ୍ଲେଖ କରିଛନ୍ତି। ମନ୍ତ୍ରୀଙ୍କର ଏହି ପେଜରେ ୪୭ ହଜାରରୁ ଉର୍ଦ୍ଧ୍ବ ଫଲୋଅର ଏବଂ ୩୬ ହଜାରରୁ ଉର୍ଦ୍ଧ୍ବ ଲୋକ ଲାଇକ କରିଥିଲେ।
ଦୟାକରି ଯଦି କେହି ଆପଣଙ୍କୁ ସେହି ଆକାଉଣ୍ଟରୁ ମେସେଜ କରନ୍ତି ତେବେ ସତର୍କ ରୁହନ୍ତୁ କାରଣ ମନ୍ତ୍ରୀ ଆପଣଙ୍କ ସହ ସେତେବେଳେ କଥା ହେଉନଥିବେ, କଥା ହେଉଥିବେ କେହି ଜଣେ ଦୁର୍ବୁତ୍ତ।