ଭାଦ୍ର (ସିଂହ) ଅଗଷ୍ଟ ୩୦ ତାରିଖ ୨୦୨୦
ମେଷ – ବନ୍ଧୁ ମିଳନ ଘଟିବ। ମନ ପ୍ରଫୁଲ୍ଲ ରହିବ। ସୁଖାଦ୍ୟ ପ୍ରାପ୍ତି ହୋଇପାରେ।
ବୃଷ – ପଥରୋଧର ସାମନା କରିପାରନ୍ତି। ମନ ସାମାନ୍ୟ ଆନ୍ଦୋଳିତ ହେବ। ଶରୀର ସୁସ୍ଥ ରହିବ।
ମିଥୁନ – ଲେଖାପଢାରେ ମନ ଦେବେ। ସହଯୋଗ ମିଳିବ। ଆୟ ଠିକ ରହିବ।
କର୍କଟ – ସହଯୋଗ ମିଳିବାରେ ବାଧା ଉପୁଜିପାରେ। ମନ ସାମାନ୍ୟ ଅସ୍ଥିର ରହିବାର ସମ୍ଭାବନା ରହିଛି।
ସିଂହ – ପରିଶ୍ରମ ଅଧିକ କରିବେ। ଶାରୀରିକ ସୁସ୍ଥତା ଅନୁଭବ କରିବେ।
କନ୍ୟା – ସୁଖ ସମ୍ମାନ ଲାଭ ହେବ। ଦିନଟି ଭଲରେ କଟିବାର ଯୋଗ ରହିଛି।
ତୁଳା – ଆଜି ଆପଣଙ୍କର ସର୍ବ କୁଶଳ ଯୋଗ ରହିଛି। ଦିନଟି ଉତ୍ତମ ଫଳ ଦାୟକ ହେବ।
ବିଛା – ପଥରୋଧ ଘଟିପାରେ। ସତର୍କ ରୁହନ୍ତୁ। ମା’ କାଳୀଙ୍କ ଉପାସନା କରନ୍ତୁ।
ଧନୁ – ଆୟ ଯୋଗ ରହିଛି। କର୍ମତତ୍ପର ହୁଅନ୍ତୁ। ସହଯୋଗ ମିଳିବାର ସମ୍ଭାବନା ରହିଛି।
ମକର – ଆଜି ଆପଣଙ୍କର କାର୍ଯ୍ୟ ସଫଳ ହେବ। ମାନସିକ ଶାନ୍ତି ଅନୁଭବ କରିବେ। ଶରୀର ସୁସ୍ଥ ରହିବ।
କୁମ୍ଭ – ସାମାନ୍ୟ ଅସୁସ୍ଥତା ଦେଖାଦେଇ ପାରେ। ପାରିବାରିକ ସହଯୋଗ ମିଳିବ। ଆୟ ଠିକ ରହିବ।
ମୀନ – କୁ ଭୋଜନ ମିଳିପାରେ। ମା’ ଦୂର୍ଗାଙ୍କର ଉପାସନା କରନ୍ତୁ ଲାଘବ ହେବ।