ଭୁବନେଶ୍ୱର,୧୩।୦୮ : ରାଜ୍ୟରେ କରୋନା ଅଣାୟତ୍ତ ଅବସ୍ଥାରେ। ପ୍ରତିଦିନ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ପୁଣି ରାଜ୍ୟରେ ୩୦ ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟାକ ୧୯୮୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୨୨୫ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୭୫୬ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୨ ହଜାର ୬୫୩ କୁ ବୃଦ୍ଧି କରିଛି ।
ଓଡିଶାର ୩୦ ଟି ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ ୬, ବାଲେଶ୍ୱର ୫୯, ବରଗଡ଼ ୨୭, ଭଦ୍ରକ ୬୫, ବଲାଙ୍ଗୀର ୨୭, ବୌଦ୍ଧ ୨୨, କଟକ ୧୩୧ ,ଦେବଗଡ଼ ୧୬, ଢେଙ୍କାନାଳ ୩୯, ଗଜପତି ୮, ଗଞ୍ଜାମ ୨୬୭ ଜଗତସିଂହପୁର ୪୨, ଯାଜପୁର ୬୦, ଝାରସୁଗୁଡା ୮, କଳାହାଣ୍ଡି ୩୯, କନ୍ଧମାଳ ୧୭୯, କେନ୍ଦ୍ରାପଡା ୨୯, କେନ୍ଦୁଝର ୨୩ ଖୋର୍ଦ୍ଧା ୨୭୪, କୋରାପୁଟ ୯୭, ମାଲକାନଗିରି ୬୪, ମୟୁରଭଞ୍ଜ ୩୭, ନବରଙ୍ଗପୁର ୧୮, ନୟାଗଡ଼ ୫୬,ନୂଆପଡା ୧୬, ପୁରୀ ୭୭, ରାୟଗଡା ୫୫, ସମ୍ବଲପୁର ୩୮ , ସୋନପୁର ୫୭ ସୁନ୍ଦରଗଡ ରୁ ୧୪୫ ଜଣ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୨,୬୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୫,୮୦୮ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୬ ହଜାର ୪୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।