ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ନିଧନ ଗୁଜବକୁ ଖଣ୍ଡନ କଲେ ପରିବାର ଓ ହସ୍ପିଟାଲ କର୍ତ୍ତୁପକ୍ଷ ।

ନୂଆଦିଲ୍ଲୀ, ୧୩/୦୮ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଛି । ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ଇତି ମଧ୍ୟରେ ସୋସିଆଲ ମିଡ଼ିଆରେ ତାଙ୍କ ନିଧନର ଗୁଜବ ହୋଇଛି । ଟ୍ୱିଟରରେ ପ୍ରଣବ ମୁଖାର୍ଜୀଙ୍କ ନିଧନ ହୋଇଥିବା ଗୁଜବ ହୋଇଛି । କିନ୍ତୁ ପରିବାର ଓ ହସ୍ପିଟାଲ ତରଫରୁ ସ୍ପଷ୍ଟ ହୋଇଛି ଯେ ସେ ଜୀବନ୍ତ ଅଛନ୍ତି ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ପ୍ରଣବ ମୁଖାର୍ଜୀଙ୍କ ଝିଅ ତଥା କଂଗ୍ରେସ ନେତା ଶର୍ମିଷ୍ଠା ମୁଖାର୍ଜୀ ଟ୍ୱିଟ କରି କହିଛନ୍ତି ଯେ ତାଙ୍କ ପିତାଙ୍କ ବିଷୟରେ ଯାହା ସବୁ ଗୁଜବ ସୃଷ୍ଟି ହୋଇଛି ତାହା ମିଛ । ସେ ମିଡ଼ିଆକୁ ଅନୁରୋଧ କରିଛନ୍ତି ଯେ ତାଙ୍କୁ କେହି ଫୋନ ନ କରନ୍ତୁ । ସେ ନିଜ ମୋବାଇଲ ଫ୍ରି ରଖିବାକୁ ଚାହୁଁଛନ୍ତି ଯେପରିକି ତାଙ୍କୁ ହସ୍ପିଟାଲରୀ ପିତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ମିଳିପାରିବ ।