ଭୁବନେଶ୍ୱର, ୦୭/୦୮ : ଆଜି ଓଡିଶା ମୋ ପରିବାର – ଜୀବନ ବିନ୍ଦୁ ର ଜିଲ୍ଲା ସଂଯୋଜକ ଓ ସହ ସଂଯୋଜକ ନିଯୁକ୍ତି ହୋଇଛି। ୩୨ ଟି ସାଙ୍ଗଠନିକ ଜିଲ୍ଲା ମଧ୍ୟରୁ ୩୧ ଟି ଜିଲ୍ଲା ପାଇଁ ନିଯୁକ୍ତ ଦେଇଥିବାବେଳେ ଭଦ୍ରକ ପାଇଁ ବିଧାୟକ ସଂଜୀବ ମଲ୍ଲିକ ଙ୍କୁ ଦାୟିତ୍ୱ ଦିଆହୋଇଛି।
ଅନୁଗୁଳ ଜିଲ୍ଲା ପାଇଁ ଶକ୍ତି ପଟ୍ଟନାୟକ ଓ ପ୍ରିୟଦର୍ଶୀ ପଟ୍ଟନାୟକ, ବଲାଙ୍ଗୀର ପାଇଁ ସାଗର ସଂଗ୍ରାମ ଶତପଥୀ ଓ ପ୍ରଭୁଦତ୍ତ ମିଶ୍ର, ବାଲେଶ୍ୱର ଜିଲ୍ଲା ପାଇଁ ଆଶିଷ ଘୋଷ ଓ ସାଇରୁଲ ହକ, ବରଗଡ଼ ଜିଲ୍ଲା ପାଇଁ ଗୌରହରି ମିଶ୍ର, ଭୁବନେଶ୍ୱର ଜିଲ୍ଲାର ଏକାମ୍ର ପାଇଁ ଅଶ୍ୱିନୀ ସୁନ୍ଦରାୟ, ଉତ୍ତର ପାଇଁ ପ୍ରକାଶ ତ୍ରିପାଠୀ, ମଧ୍ୟମ ପାଇଁ ନବକିଶୋର ବେହେରା, ବୌଦ୍ଧ ପାଇଁ ମୃତ୍ୟଞ୍ଜୟ ମିଶ୍ର, କଟକ ୧ ପାଇଁ ପ୍ରଭାତ ରଞ୍ଜନ ବିଶ୍ୱାଳ, କଟକ ୨ ପାଇଁ ରଞ୍ଜନ ବିଶ୍ୱାଳ, ଦେବଗଡ଼ ପାଇଁ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଢେଙ୍କାନାଳ ପାଇଁ ସୁରଜ ମହାପାତ୍ର, ଗଜପତି ପାଇଁ ଇନ୍ଦିରା ପଟ୍ଟନାୟକ, ଗଞ୍ଜାମ ପାଇଁ ସୁବାସ ମହାରଣା, ଜଗତସିଂହପୁର ପାଇଁ ମଧୁସୂଦନ ସାହୁ, ଯାଜପୁର ପାଇଁ ବିମଳ ଚନ୍ଦ୍ର ଦାସ, ଝାରସୁଗୁଡା ପାଇଁ ତ୍ରିନାଥ ଗୁଅଲ, କଳାହାଣ୍ଡି ପାଇଁ ପ୍ରଦୀପ କୁମାର ଦାସ, କନ୍ଧମାଳ ପାଇଁ ଦେବେନ୍ଦ୍ର ସାମଲ ଓ ସରୋଜ କର୍ଣ, କେନ୍ଦ୍ରପଡା ପାଇଁ କାଳି ପି ମିଶ୍ର ଓ ହିରଣ୍ୟ ପଣ୍ଡା, କେନ୍ଦୁଝର ପାଇଁ ପ୍ରଦୀପ ସାହୁ, ଖୋର୍ଦ୍ଧା ପାଇଁ ଦିଲ୍ଲୀପ ହୋତା, କୋରାପୁଟ ପାଇଁ ପ୍ରଫୁଲ୍ଲ ପାଙ୍ଗି, ମାଲକାନଗିରି ପାଇଁ ମାନସ ମାଡକାମୀ, ମୟୁରଭଞ୍ଜ ପାଇଁ ଦେବାଶିଷ ମହାନ୍ତି, ନବରଙ୍ଗପୁର ପାଇଁ ଶିବାନନ୍ଦ ବିଶୋଇ, ନୟାଗଡ଼ ଜିଲ୍ଲା ପାଇଁ ଗୁରୁପ୍ରସାଦ ଜେନା, ନୂଆପଡା ପାଇଁ ମନୋଜ ଡ଼ାଗ, ପୁରୀ ଜିଲ୍ଲା ପାଇଁ ସୁବାଶିଷ ଖୁଣ୍ଟିଆ, ଭଗବାନ ପଢ଼ିଆରୀ, ରାୟଗଡା ଜିଲ୍ଲା ପାଇଁ ବିନାୟକ କର, ସମ୍ବଲପୁର ଜିଲ୍ଲା ପାଇଁ କବିତା ପୁରୋହିତ, ସୋନପୁର ପାଇଁ ରଞ୍ଜିତ ରଥ, ରାଉରକେଲା ପାଇଁ କୁନବିହାରି ଦାସ ଏବଂ ସୁନ୍ଦରଗଡ ଜିଲ୍ଲା ପାଇଁ ବୈକୁଣ୍ଠ ନାୟକ ଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ଏକ ପ୍ରେସ ରିଲିଜ ମାଧ୍ୟମରେ ଓଡିଶା ମୋ ପରିବାର ର କନଭେନର ଅରୂପ ପଟ୍ଟନାୟକ କହିଛନ୍ତି।