କେରଳ,୦୭/୦୮: କେରଳରେ ଏୟାର ଇଣ୍ଡିଆ ବିମାନ ଲ୍ୟାଣ୍ଡିଂ ବେଳେ କ୍ରାସ୍ ହୋଇ ଦୁର୍ଘଟଣାର ଶିକାର ହୋଇଛି । ଏହି ଦୁର୍ଘଟଣାରେ ପାଇଲଟ ଓ ୨ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ବିମାନଟି ଦୁବାଇରୁ ୧୯୦ ଯାତ୍ରୀଙ୍କୁ ନେଇ କୋଝିକୋଡ ଆସୁଥିଲା । ପ୍ରବଳ ବର୍ଷା ହେତୁ ରନୱେରେ ଅବତରଣ କରିବା ପରେ ବିମାନଟି ଖସିପଡି ଦୁଇ ଖଣ୍ଡରେ ହୋଇଯାଇଥିଲା । ସନ୍ଧ୍ୟା ୭ତା ୪୦ ରେ IX-୧୩୪୪ ବିମାନଟି ଦୁର୍ଘଟଣା ହୋଇଥିବା ଜଣାପଡିଛି। ଦୁର୍ଘଟଣା ସ୍ଥଳରେ ୨୪ଟି ଆମ୍ବୁଲାନ୍ସ ପହଁଞ୍ଚିଛି। ବିମାନ ଦୁର୍ଘଟଣାର ତଦନ୍ତ ନିର୍ଦେଶ ଦେଲା DGCA India । (ଏଜେନ୍ସି)