କରୋନାରେ ମୃତ ସାମ୍ବାଦିକଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦।୦୭ : କରୋନାରେ ମୃତ୍ୟୁ ଘଟିଥିବା ଦୁଇ ଜଣ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନାରେ ମୃତ ସାମ୍ବାଦିକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକ ଓ କେ. ରତ୍ନମ୍‌ଙ୍କ ପରିବାରକୁ ମିଳିବ ୧୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ।

ସୂଚନା ଥାଉ କି ଜୁଲାଇ ୧୧ ତାରିଖରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକର ସମାଜ ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକଙ୍କର କରୋନାରେ ମୃତ୍ୟୁ ଘଟିଥିଲା। ତାଙ୍କୁ ୪୨ ବର୍ଷ ହୋଇଥିଲା। ସେହିପରି ଗଜପତିର ସାମ୍ବାଦିକ କେ. ସିଏଚ୍ ରତ୍ନମଙ୍କର କରୋନାରେ ମୃତ୍ୟୁ ଘଟିଥିଲା।