ବାଣପୁର, ୩୦/୦୭ : ସମଗ୍ର ବିଶ୍ଵରେ କରୋନାସୁର ମହାମାରୀର ରୂପରେ ଆକ୍ରାନ୍ତ କରୁଥିବାବେଳେ ମାନବ ଜାତିରେ ଆଜି ହାହାକାର ପଡିଯାଇଛି । ବାଣପୁର ଏନଏସି ଅଞ୍ଚଳ ବୁଲା ଗାଈଗୋରୁ ଓ କୁକୁର ମାନଙ୍କ ଚରାଭୁଇଁରେ ପରିଣତ ହେଲାଣି, ଏଥି ପାଇଁ ଅନେକ ଦୁର୍ଘଟଣାର ଶିକାର ହେଉଛନ୍ତି ଜନତା । ସଫେଇ, ଆଲୋକିକରଣ,ପାନୀୟ ଜଳ ଯୋଗାଣ, ବୁଲା କୁକୁର ଓ ଗାଈଗୋରୁ ନିୟନ୍ତ୍ରଣ ଇତ୍ୟାଦି ନାମରେ ମହାଘୋଟଲା କରି ସାଧାରଣଙ୍କୁ ଅନ୍ଧାର ମଧ୍ୟରେ ରଖାଯାଉଛି । ଏଠି ରାସନ କାର୍ଡ , ଆବାସ ଯୋଜନା ଓ ବିଭିନ୍ନ ଭତା ଆଦିରେ କାର୍ଯ୍ୟକ୍ଷମ ନ ହୋଇ ଜନ ସାଧାରଣଙ୍କୁ ସେମାନଙ୍କର ହକ ଯୋଗାଇଦେବା କ୍ଷେତ୍ରରେ ଆଧିକାରୀ ପକ୍ଷାଘାତର ଶିକାର ହୋଇଛନ୍ତି । ଏହି ଅଞ୍ଚଳ ଏକ କରୋନା ପ୍ରବଣ ଅଞ୍ଚଳରେ ପରିଣତ ହୋଇଥିବାବେଳେ ଏଠାରେ କେବଳ ଆଖି ଦେଖାଣିଆ Containment Zone କରାଯାଉଛି, ଯେଉଁଠାରେ ନା Sanitization , ନା Supply Of Essential Requirements ଇତ୍ୟାଦି ପ୍ରତିଫଳିତ ହେଉଛି। ଅନ୍ଧ ବୋଲରେ ବଣଭୁଆ ବାଇ ପରି ଆଧିକାରୀ ଘରୋଇ Scorpio ଗାଡିକୁ ନିଜ Office Duty ରେ ବ୍ୟବହାର କରି କଣ୍ଟ୍ରାକ୍ଟର ଓ ରାଜନୈତିକ ବ୍ୟକ୍ତିବିଶେଷଙ୍କର ପ୍ରିୟ ଭାଜନ ହୋଇପାରିଥିଲେ । କୌଣସି ଅସୁବିଧା ପାଇଁ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କଲେ ସାଧାରଣ ମାନେ ଅଧିକାରୀଙ୍କ ଆକ୍ରୋଶର ଶିକାର ହୁଅନ୍ତି, ଏପରିକି ଯୁକ୍ତିତର୍କ ଶୈଳୀରେ ଅସ୍ଵାଭାବିକ କଥାବାର୍ତ୍ତା କରନ୍ତି ଏବ॰ Containment Zoneରେ Sanitization ହୋଇନଥିବା ସ୍ଥଳେ ସାଧାରଣ ଜନତା Sanitization ପାଇଁ ନିବେଦନ କଲେ ଧମକ ଦେଇ “କଣ ଦରକାର Sanitization” ବୋଲି କୁହନ୍ତି, ଯାହାର ଏକ ମୋବାଇଲ ବାର୍ତ୍ତାଳାପ ବିପ୍ଳବ ନ୍ୟୁଜ୍ ର ହସ୍ତଗତ ହୋଇଛି ।