ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ଆଉଟଡୋର ୨୪ ଘଣ୍ଟା ପାଇଁ ବନ୍ଦ

କଟକ ୩।୭: ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ଆଉଟଡୋର ୨୪ ଘଣ୍ଟା ପାଇଁ ବନ୍ଦ । କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ଗତକାଲି ୫୫ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏସସିବି ମେଡିକାଲ ଆଇସୋଲେସନରୁ ୧୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଏତେ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢିଯାଇଛି ।

ଜିଲ୍ଲାପାଳ କହିଛନ୍ତି ସମସ୍ତ ପଜିଟିଭଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।

ତେବେ କରୋନା ଚିହ୍ନଟ ହେବା ପରେ ଏସସିବି ଓ କର୍କଟ କେନ୍ଦ୍ରକୁ ଲଗାତାର ଭାବେ ସାନିଟାଇଜେସନ କରାଯାଉଛି ।ଏଥିସହ କିଭଳି ସେହି ଅଞ୍ଚଳ ଭିତରେ କରୋନା ସୀମିତ ରହିବ ସେନେଇ ଉଭୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇ ପଦକ୍ଷପ ନିଆଯାଉଛି ।