ବାଣପୁର,ବାଲୁଗାଁ ୦୩/୦୭ : ବାଣପୁର ବାଲୁଗାଁ ଅଞ୍ଚଳ ରେ ଆଜିର ପ୍ରଗତି ଅତ୍ୟାଧୁନିକ ଦିନରେ ବୁଢା ବୁଢି ଓ ଦିବ୍ୟାଙ୍ଗ ମାନେ ଆଭାବ ଅସୁବିଧାରେ ପଡି ହନ୍ତସନ୍ତ , କିନ୍ତୁ ଆଧିକାରୀ ବାବୁ ମାନେ ନିଜ ନିଜ ନିଶ ଦାଢି କଳା ମାରି ନିଜକୁ ସଜାଇ ରଖନ୍ତି ସତେ ଯେମିତି ସାଆନ୍ତ | କଥା ବଡ ଆକାର ଛୋଟ , ଏଠି ସରକାର ଙ୍କ ବିଭିନ୍ନ ଭତା ଯୋଜନା କଥା କୁହାଯାଏ | ସମୟର ଗତି ପ୍ରକୃତି ବି ବାଧକ ସାଜିଛି ଅସହାୟ ବାର୍ଦ୍ଧକ୍ୟ ବିଧବା ବିକଳାଙ୍ଗ ଆଦି ଦାଉରୁ ମଣିଷକୁ ବଞ୍ଚିତ କରିବାକୁ |
କରୋନା ର ନିର୍ଯ୍ୟାତନା ତଥା ଲକଡାଉନ ର ନିଷ୍ଠୁରତା ଜଗି ଜଗି ଶିକାର କରୁଛି ଗରିବ ନିରୀହ ବିଧବା ,ଅକ୍ଷମ, ଦିବ୍ୟାଙ୍ଗ ଜୀବନ ର ପରିଣତ ବୟସର ବାର୍ଦ୍ଧକ୍ୟତାକୁ | ଏହି ସମୟରେ ଆଭାବ ଅସୁବିଧା, ଦରିଦ୍ରତା, ମାନବିକତା, ଦାୟିତ୍ଵ ହୀନତା ସବୁ ମାସିକ ସରକାରୀ ଭତ୍ତା ମାଧ୍ୟମରେ କିଛି ଅଂଶ ରେ ଭୋକ ପେଟରେ ଓଦା କନା ପକାଇବା ପରି | ବ୍ଲକ ଓ ଏନ ଏ ସି ହେଉ ସବୁ ଅଞ୍ଚଳରେ ଅଗଣତି , ଯତ୍ନହୀନ ଭାବେ ଅଳିଆ ଗଦାରେ ପଡି ରହିଛି ହଜାର ହଜାର ଆଶାୟୀଙ୍କ ଭତ୍ତା ଆବେଦନ ଦରଖାସ୍ତ | ଆବେଦନକାରୀ ଆବେଦନ ସମ୍ବନ୍ଧରେ ବୁଝିବାକୁ ଅଧିକାରୀ ଙ୍କୁ ସାକ୍ଷାତ କରିବା ଆଜି ଦିବା ସ୍ଵପ୍ନ ଠାରୁ କମ ନୁହେଁ , କିନ୍ତୁ ବେଳେ ବେଳେ ଦିବା ସ୍ଵପ୍ନ ହେଲେବି ଅଧିକାରୀଙ୍କ ଅବଜ୍ଞା, ଅବହେଳା ସତେ ଯେମିତି କଟା ଘାଆ ରେ ଲୁଣ ଦେଲା ଭଳି | ଯାହା ହେଉ ଆବେଦନ କାରୀଙ୍କୁ ଶୁଣିବାକୁ ପଡେ ସବୁ କୋଟା ପୂରଣ ହୋଇଯାଇଛି | ଆଉ କୋଟା ଆସିଲେ ଭତ୍ତା ଦିଆଯିବ , ଅପେକ୍ଷା କର ନିର୍ବାଚନ ଆସିଲେ କୋଟା ବଢିବ , ଭତ୍ତା ଫର୍ମ କଥା ଚିନ୍ତା କରାଯିବ | ତଳିଆ କର୍ମଚାରୀଙ୍କୁ ଆଫିସର ଙ୍କ ତାଗିଦ ଆବେଦନ କାରୀଙ୍କୁ ବାହାରୁ ବାହାରୁ ବିଦା କରିଦିଅ | କୋଟା ନାହିଁ ବୋଲି ଏଠି କଣ କେହି ବିଧବା ହେବେନି ? କେହି ବାର୍ଦ୍ଧକ୍ୟ ହେବେନି ନା କେହି ଦିବ୍ୟାଙ୍ଗ ହେବେନି ? ଏଠି ପ୍ରଶ୍ନ ଉଠେ ଯଦି କୋଟା ନିର୍ଦ୍ଧିଷ୍ଠ କରାଯାଇଛି ତେବେ ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗଙ୍କ ଉପରେ ରୋକ ବା ସ୍ଥିତାବସ୍ଥା ର ଆଦେଶ ହେଉ ଯେ ପର୍ଯନ୍ତ କୋଟା ବଢି ନାହିଁ |