ଭୁବନେଶ୍ୱର, ୩୦/୬ : ଅନଲକ-୨ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଅନଲକ ୨ରେ ଜିଲ୍ଲାପାଳ ବା ପୌର ପ୍ରଶାସକ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବେ । ସମ।।ଜିକ, ଧାର୍ମିକ ଓ ରାଜନୈତିକ ସମାବେଶକୁ ଅନୁମତି ନାହିଁ । ଅଗଷ୍ଟ ଶେଷ ଯାଏଁ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ପାଠପଢ଼ାକୁ ଛାଡ଼ି କର୍ମଚାରୀଙ୍କୁ ନେଇ ଖୋଲିପାରିବ ଶିକ୍ଷାନୁଷ୍ଠାନ । ସିନେମା ହଲ ମଧ୍ୟ ବନ୍ଦ ରହିବ । ରେଷ୍ଟୁରାଣ୍ଟ, ଢ଼ାବା , ଖାଦ୍ୟ ପାର୍ସଲ ଦେଇପାରିବେ । କେବଳ ବିମାନବନ୍ଦର, ରେଳ ଷ୍ଟେସନକୁ ଓଲା, , ଓବେର ଅନୁମତି ଦିଆଯିବ । ପୂର୍ବରୁ ଥିବା ନାଇଟ କର୍ଫ୍ୟୁ ସମୟରେ ପରିବର୍ତ୍ତନ କରାଯାଇଛି । ରାତି ୯ଟାରୁ ସକାଳ ୫ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେବ । ଗତକାଲି କେନ୍ଦ୍ର ପକ୍ଷରୁ ଅନଲକ ୨.୦ ନେଇ ଗାଇଡ଼ ଲାଇନ ଜାରି କରାଯାଇଥିଲା ।