ବାଣପୁର ବାଲୁଗାଁ ୦୧/୦୭ : ଲକ ଡାଉନ ସମୟରେ ବାଣପୁର ଓ ବାଲୁଗାଁ ସହର ଡାହାଣୀ ଭୁତ ର ଆଡା ପାଲଟି ଯାଇଛି ରାତ୍ରି ସମୟରେ । ପ୍ରବାସୀ ଓଡିଆ ଙ୍କ ଫେରନ୍ତା ଜନ୍ତା ତା ସାଙ୍ଗକୁ ରୋଜଗାର ଚିନ୍ତା ଆଜି ରାତ୍ରି କାଳୀନ ଅନ୍ଧାର ଚୋର ଓ ଚୋରା ମଦ ବେପାରିଙ୍କୁ ଖୁବ ସୁହାଉଛି, ଖାଁ ଖାଁ ଲାଗୁଛି ରାତ୍ରି ବଜାର । ଡାକ୍ତର ଖାନା ହେଉ ଅବା ପୁଲିସ ଥାନା, ଏ ସବୁର ଜରୁରୀ କାଳିନ ସେବା ଅପେକ୍ଷା ରେ ସାଧାରଣ ଲୋକ । ବିଦ୍ୟୁତ ବିଭାଗର ଅନ୍ଧାରୁଆ ନୀତି ଯାହା ସହର ବଜାର କୁ ଅନ୍ଧାର କରି ଆୟ କରୁଥିବା ବେଳେ ଚୋର ଓ ଚୋରା ମଦ ବେପାରୀଙ୍କୁ ସାହାଯ୍ୟ କରି ମୋଟା ଲାଭର ସହଭାଗିତାରେ ଏଠି ସ୍ପଷ୍ଟ କୁହାଯାଏ କି ବାଣପୁର ଓ ବାଲୁଗାଁ ବିଜ୍ଞାଂପିତ ଅଞ୍ଚଳ ଓ ଗାଁ ଗହଳି ରେ ଅନେକ ଘରୋଇ ସଂସ୍ଥା ବିଜୁଳି ଆଲୋକିକରଣ ବ୍ୟବସ୍ଥା ହାତକୁ ନେଇଥିବା ବେଳେ , ଏହା କେବଳ ଧର୍ମ କୁ ଆଖିଠାର । ଉକ୍ତ ଘରୋଇ ସଂସ୍ଥା ମନମୁଖୀ ରାଜକରି ରାହାଜାନୀ ଚଳାଇଛନ୍ତି । ସାଧାରଣ ଜନତା କର ଦେଇ ଆଜି ପାଟି ଚୁପ କରି ବସିଛନ୍ତି, କେହି ଶୁଣିବାକୁ ନାହାନ୍ତି କାହାର ଅଭିଯୋଗ । ଉକ୍ତ ସଂସ୍ଥା ସାଧାରଣ ଜନତାଙ୍କ ନଜରରୁ ହଜିଯାଇଛି, ଖୋଜିଲେ ସଂସ୍ଥାର ଚିହ୍ନ ମିଳୁନି । ଘରୋଇ ସଂସ୍ଥା ଓ ଅନୁମତି ଦେଇଥିବା ଅଧିକାରୀ ଙ୍କ ମଧ୍ୟରେ ସ୍ପଷ୍ଟ ମଧୁଚନ୍ଦ୍ରିକାର ଚିତ୍ର ଦାଉ ଦାଉ ହୋଇ ଜଳୁଅଛି । ନିର୍ବାହୀ ଅଧିକାରଙ୍କ କହିବା କଥା ଘରୋଇ ସଂସ୍ଥା ଠିକା ନେଇଥିବା ବେଳେ ଆମେ କିଛି କରିପାରିବୁ ନାହିଁ । ଘରୋଇ ସଂସ୍ଥା ଖର୍ଚ୍ଚ ବଞ୍ଚାଇବାକୁ ଯାଇ ଯେନତେନ ଲୋକଙ୍କ ହାତରେ ସ୍ଟ୍ରୀଟ ଲାଇଟ ଲିଭେଇବା ଓ ଜଳାଇବା ଦାଇତ୍ଵ ଦେଇ ଆୟବାନ ହେବାରେ ବ୍ୟସ୍ତ । କିଛି ସ୍ଥାନ ରେ ଦେଖିବାକୁ ମିଳୁଛି ରାତିରେ ଜମାରୁ ଲାଇଟ ଜଳୁନଥିବା ବେଳେ କିଛି ସ୍ଥାନ ରେ ଦିନରେ ଲାଇଟ ଜଳୁଛି । ଅଭିଯୋଗ ହୁଏ ବିଦ୍ୟୁତ ସରଞ୍ଜାମ ଅତି ନିମ୍ନମାନର ହୋଇଥିବା ରୁ ତାହା ଜଳୁନାହିଁ । ଅନେକ ସ୍ଥାନ ରେ ଖୁଣ୍ଟ ପୋତା ହୋଇଥିଲେ ମଧ୍ୟ ତାର ଟଣା ହୋଇନାହିଁ ଓ କିଛି ସ୍ଥାନ ରେ ସ୍ଟ୍ରୀଟ ଲାଇଟ ଖୁଣ୍ଟ ବିପଦ ସଙ୍କୁଳ ଅବସ୍ଥାରେ । ଅଧା ବଜାର ଅନ୍ଧାରରେ କୌଣସି ଜରୁରୀ ପରିସ୍ଥିତିରେ ନାରୀ ଏଠି ଘରୁ ଗୋଡ କାଢିବା ଅସୁରକ୍ଷିତ ମନେ କରୁଥିବା ବେଳେ ପୁରୁଷ ବି ପ୍ରମାଦ ଗଣୁଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ସତ ସାମ୍ନା କୁ ଆସିବ । ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି ବାଣପୁର ବାଲୁଗାଁ ଏନ ଏ ସି ମୁହଁରେ କଳା ଚଷମା । ଏଠି ପ୍ରଶ୍ନ ଉଠେ ସରକାର ଆଲୋକି କରଣ ପାଇଁ ବ୍ୟୟ ବରାଦ କରୁଥିବା କୋଟି କୋଟି ଟଙ୍କା କାହା ସ୍ଵାର୍ଥ ରେ ???