ବାଣପୁର,ବାଲୁଗାଁ ୨୮/୦୬ : ଆଜିର ଦିନରେ କରୋନାର ବ୍ୟୁତପାତ ଥମୁ ନଥିବା ବେଳେ ପ୍ରଶାସନ ଅବହେଳାର ଶିକାର ହେଲେଣି ଜନତା । ସବୁ ପ୍ରକାର ନିର୍ଯ୍ୟାତନା ସହ ମିଶି ଯମ ଯନ୍ତ୍ରଣା ର କଷ୍ଟ ଦେଉଛି ବିଦ୍ୟୁତ ବିଭାଗ । ବିଦ୍ୟୁତ ବିଭାଗ ର ଠିକଣା ଆଜି ଜନତା ଙ୍କ ଠାରୁ ବହୁ ଦୂରରେ । ଆଜି ଉପଭୋକ୍ତା ମାନେ ନିଜ ନିଜ ର ଅଧିକାର କୁ ଅବୁଝା ଥିବା ବେଳେ ବେଦମ ହୋଇଗଲେଣି ବିଦ୍ୟୁତ ବିଭାଗ ର ନିର୍ଯ୍ୟାତନାରେ । ଏଠି ଫିଉଜ କଲ କେନ୍ଦ୍ର ହେଉ ଅଥବା ଅଭିଯୋଗ ପ୍ରକୋଷ୍ଠ ହେଉ ସବୁ କାଗଜ କଲମ ରେ ଥାଇ ଜନତା ଙ୍କ ଅଧିକାର କୁ ତାସ୍ଛଲ୍ୟ ର ଆଖି ଠାର । ଏଠି କାଗଜ କଲମ ମଧ୍ୟ କହେ ଖୁଣ୍ଟ,ତାର,ଟ୍ରାନ୍ସଫର୍ମର, ତେଲ, ମେଣ୍ଟେନାନ୍ସ ଆଦି ସବୁ ନୂଆ , ପ୍ରକୃତ ରେ ଏହାର ଇତିହାସ କିନ୍ତୁ ବହୁ ପୁରାତନ । ସାଧାରଣ ଜନତା ଙ୍କ ଦୁଃଖ କହିଲେ ନ ସରେ ବାହାରେ କରୋନା କଟକଣା ଘରେ ଅଘୋଷିତ ବିଦ୍ୟୁତ କାଟ ର ଯମ ଯନ୍ତ୍ରଣା । ରାଜ୍ୟ ସରକାର ଙ୍କ କହିବା ଅନୁସାରେ ଘରେ ରହି ଛାତ୍ର ଛାତ୍ରୀ ଅନଲାଇନ ଅଧୟନ କରିବା ପାଇଁ କିନ୍ତୁ ଅସହ୍ୟ ଗରମ କଥା କହିଲେ ନ ସରେ । ଅଘୋଷିତ ବିଦ୍ୟୁତ କାଟ ପାଇଁ ବିଦ୍ୟୁତ ବିଭାଗ ରେ ଏକ ମାତ୍ର ଜବାବ ମିଳେ ଗ୍ରୀଡ ରୁ ପ୍ରୋବ୍ଲେମ ଅଛି ୧୧ କେଭି ଅସୁବିଧା ଫଲ୍ଟ ମିଳୁନାହିଁ ଇତ୍ୟାଦି । Covid-19 ଆଇନ ବଳବତ୍ତର ସମୟରେ ବିଦ୍ୟୁତ ବିଭାଗ ର ଦୟା ହେଲେ ଲକ ଡାଉନ ଓ ସଟ ଡାଉନ ଆଜି ଅଧିକ ସଫଳ ହୋଇ ପାରନ୍ତା । ଏକଥା କୁହାଯାଇ ପାରେ Operation Blackout ସତ୍ୟତା ରେ ସନ୍ଦେହ ନାହିଁ । ଅଧିକାରୀ ମାନେ ବିଦ୍ୟୁତ କାଟ ଯେତେ କରିବେ ତା ହିସାବରେ କମିଶନ ପାଇବେ , ଏହା ଏକ ମୌଖିକ ନିର୍ଦେଶ ନାମା ଏକଥା କାନକୁ କାନ ପ୍ରସାରିତ ହେଉଅଛି । ଏହି ବିଭାଗ ରେ ମେଣ୍ଟେନାନ୍ସ ଓ ବିଲ୍ଲିଙ୍ଗ ରେ ଥିବା କର୍ମଚାରୀ ମାନେ ଅଭିଯୋଗ କରନ୍ତି କି ସେମାନେ ଦୀର୍ଘ ମାସ ଧରି ଦରମା ପାଇନାହାନ୍ତି, ତେଣୁ ସେମାନେ କାମ କରିବାପାଇଁ ଆଗ୍ରହ ପ୍ରକାଶ କରିପାରୁନାହାନ୍ତି ଓ ସେମାନଙ୍କ ର ପ୍ରୋଭିଡେଣ୍ଟ ଫଣ୍ଡ ମଧ୍ୟ ଠିକ ଭାବେ ଆଇନ ମୁତାବକ କାର୍ଯ୍ୟକାରୀ କରାଯାଉ ନାହିଁ ।