ବ୍ଲୁ ହ୍ବିଲ ହସ୍ପିଟାଲ ସିଲ

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ସ୍ଥିତ ବ୍ଲୁ ହ୍ବିଲ ହସ୍ପିଟାଲ କୁ ଭୁବନେଶ୍ୱର ମହାନଗର ନିଗମର ଅଧିକାରୀ ମାନେ ସିଲ କରିଛନ୍ତି । ଏହି ହସ୍ପିଟାଲ କୋଭିଡ ଗାଇଡ଼ ଲାଇନ କୁ ଅବମାନନା କରିଆସୁଥିଲା। ଗତକାଲି ୨୩ ତାରିଖ ପର୍ଯ୍ୟନ୍ତ ୨୭ ଜଣ କରୋନା ଆକ୍ରାନ୍ତ ଏହିଠାରୁ ଚିହ୍ନଟ ହେଲେଣି। ଏହି ହସ୍ପିଟାଲ କୁ ଆଜି ବିଏମସି ତରଫରୁ ସିଲ କରାଯିବା ସହ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।