କଟକ: କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ଜଣେ ରୋଗୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୟାନ୍ସର ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀ ଏନେଇ ସୂଚନା ଦେଇଛନ୍ତି। ସଂପୃକ୍ତ ରୋଗୀ ହସ୍ପିଟାଲ ଇମର୍ଜେନ୍ସି ୱାର୍ଡରୁ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ପରେ ସଂପୃକ୍ତ ରୋଗୀଙ୍କୁ କିମ୍ସ କୋଭିଡ଼ ହସ୍ପିଟାଲ ପଠାଗଲା। ୱାର୍ଡ ସିଲ୍ ସହ ସାନିଟାଇଜ କରାଯିବା ସହ । ତାଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତର ଓ ଷ୍ଟାଫ୍ଙ୍କୁ ଆଇସୋଲେସନରେ ପଠାଯିବ। ଆସନ୍ତାକାଲି ଡାକ୍ତର ଏବଂ ଷ୍ଟାଫମାନଙ୍କ କରୋନା ଟେଷ୍ଟ କରାଯିବ।