ଭୁବନେଶ୍ୱର,୨୪ା୬: କରୋନା ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଏହି ଭାଇରସର ଏପର୍ଯ୍ୟନ୍ତ ପ୍ରତିଶେଧକ ମଧ୍ୟ ମିଳିପାରି ନାହିଁ । କରୋନା ଆକ୍ରାନ୍ତ ସଂଖ୍ୟା ଆଗକୁ ବଢ଼ିବାର ସମ୍ଭାବନା ରହିଛି । ଜୁନ ଅପେକ୍ଷା ଜୁଲାଇ ମାସରେ ସଂକ୍ରମଣ ସଂଖ୍ୟା ଅଧିକ ରହିବ ବୋଲି ସୂଚନା ମିଳିଛି । କରୋନା ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏନେଇ ସୂଚନା ଦେଇଛନ୍ତି । ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇନଥିବା ସୂଚନା ରହିଛି ।