ଭୁବନେଶ୍ୱର,୧୭/୬: କରୋନା ମୁକାବିଲା ପାଇଁ ନୂଆ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏଣିକି ରାଜ୍ୟର ପ୍ରତି ପଞ୍ଚାୟତରେ ହେବ କୋଭିଡ କେୟାର ହୋମ। ପ୍ରାଥମିକ ଲକ୍ଷଣ ଥିବା ଲୋକଙ୍କୁ ପ୍ରଥମେ ଏହି କୋଭିଡ କେୟାର ହୋମରେ ରଖାଯିବ ଏବଂ ପରେ ରିପୋର୍ଟ ପଜିଟିଭ ଆସିଲେ କୋଭିଡ ହସ୍ପିଟାଲ ନିଆଯିବ। ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ କେୟାର ହୋମରେ ୧୦ରୁ ୨୦ଜଣ ବ୍ୟକ୍ତି ରହିପାରିବେ। ସରପଞ୍ଚଙ୍କ ହାତରେ କୋଭିଡ କେୟାର ହୋମର ପରିଚାଳନା ଦାୟିତ୍ୱ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।