ଶନି ଓ ରବିବାର ବ୍ୟତୀତ ଅନ୍ୟ କୌଣସି ଦିନ ସଟଡାଉନ୍ ହେବନି। ସଟ୍‌ଡାଉନ୍‌ ବୃଦ୍ଧି ଗୁଜବ ।

ଭୁବନେଶ୍ୱର : କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟର ୧୧ଜିଲ୍ଲାରେ ଶନିବାର ଓ ରବିବାରକୁ ସଟଡାଉନ ଘୋଷଣା କରାଯାଇଛି। ଗତ ସପ୍ତାହରରୁ ଏହାକୁ ପାଳନ କରାଯାଇଛି। କିନ୍ତୁ ଗୁଜନ ଉଠିଛି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ବୃଦ୍ଧି ପାଉଥିବାରୁ ସଟଡାଉନ୍‌ ଅବଧି ସପ୍ତାହକୁ ୫ ଦିନ ହେବ। ତେଣୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଲୋକେ ବଜାରରେ ଭିଡ଼ ଜମାଉଛନ୍ତି। ଏଭଳି ଗୁଜବକୁ ବିଶ୍ୱାସ କରନ୍ତୁନି ବୋଲି କହିଛନ୍ତି ଏସ୍‌ଆରସି ପ୍ରଦୀପ ଜେନା। ଟ୍ୱିଟ୍‌ କରି ସେ ସ୍ପଷ୍ଟ କରିଛନ୍ତି ଶନି ଓ ରବିବାର ବ୍ୟତୀତ ଅନ୍ୟ କୌଣସି ଦିନ ସଟଡାଉନ୍ ହେବନି। ଉଲ୍ଲେଖଯୋଗ୍ୟ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ବଲାଙ୍ଗିରରେ ଜୁନ୍‌ ୩୦ ପର୍ଯ୍ୟନ୍ତ ଶନି ଓ ରବିବାର ସଟଡାଉନ ଘୋଷଣା କରାଯାଇଛି।