ଭାରତୀୟ ଜୀବନ ବୀମା ନିଗମ ପକ୍ଷରୁ କ୍ରିକେଟ୍ ଟୁର୍ଣ୍ଣାମଂଟ୍ ଉଦ୍‌ଯାପିତ

ଢେଙ୍କାନାଳ , ୨୨.୦୧(ଶୁଭମ ପାଣି) : ସ୍ଥାନୀୟ ଭାରତୀୟ ଜୀବନ ବୀମା ନିଗମ ପକ୍ଷରୁ କଟକ ମଣ୍ଡଳ ଓ ଢେଙ୍କାନାଳ ଶାଖାର ମିଳିତ ସହଯୋଗରେ ଦୁଇଦିନିଆ ଏଲ୍.ଆଇ.ସି – କପ୍ ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଅଛି । ଏହି ଟୁର୍ଣ୍ଣାମେଟ୍‌ର ଫାଇନାଲ୍ ମ୍ୟାଚ୍ରେ ଅନୁଗୁଳ ଶାଖା ଓ ଯାଜପୁର ଶାଖା ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏହି ଉଦ୍‌ଯାପନୀ ଟୁର୍ଣ୍ଣାମେଟରେ ଅନୁଗୁଳ ଶାଖା ୩୭ ରନ୍‌ରେ ବିଜୟୀ ହୋଇ ଚମ୍ପିୟନ୍ ଟ୍ରଫି ହାସଲ କରିଛି । ଏହି ପ୍ରତିଯୋଗିତାରେ ୮ଟି ଦଳ ଅଂଶଗ୍ରହଣ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଶାଖାର ମୁଖ୍ୟ ପ୍ରବନ୍ଧକ ପି . ସୁଜିତ୍ କୁମାର ଯୋଗଦେଇ ଚମ୍ପିୟନ ଓ ରନର୍ସ – ଅପ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେରେ ମାନଗୋବିନ୍ଦ ବାରିକ , ରବି ନାରାୟଣ ମଲ୍ଲିକ ଓ ବିଶ୍ବଜିତ୍‌ ବେହେରା ଯୋଗଦେଇଥିଲେ । ଫାଇନାଲ୍ ମ୍ୟାଚ୍‌ରେ ଅନୁଗୁଳ ଶାଖା ଦଳର ସୁରେନ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିବାବେଳେ ମ୍ୟାନ୍ ଅଫ୍ଦି ସିରିଜ୍ ସମୀର ନାୟକ , ବେଷ୍ଟ ବୋଲର୍ ଭାବେ ଯାଜପୁର ଶାଖାର ପାର୍ଥଶାରଥ , ବେଷ୍ଟ ବ୍ୟାଟ୍ସମ୍ୟାନ୍‌ ଭାବେ ଯାଜପୁର ଶାଖାର ସତ୍ୟଜିତ୍ ମହାଳିକଙ୍କୁ ଘୋଷଣା କରାଯାଇ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ଟୁର୍ଣ୍ଣାମେଟ୍‌କୁ ଅମେୟାର୍ ଭାବେ ଲକ୍ଷ୍ମୀକାନ୍ତ ପଟ୍ଟନାୟକ , ସୁଜିତ୍ ପ୍ରଧାନ , ଅଭିଜିତ୍ ମିଶ୍ର , ଦୀପୁ ପ୍ରମୁଖ ପରିଚାଳନା କରିଥିଲେ । ଦିଲ୍ଲୀପ କୁମାର ସାହୁ ଓ ଢେଙ୍କାନାଳ ଶାଖାର ସମସ୍ତ କର୍ମକର୍ତା ସହଯୋଗ କରି ଟୁର୍ଣ୍ଣାମେଟକୁ ସଫଳ କରିଥିଲେ