ନୂଆଦିଲ୍ଲୀ,୦୧।୧୧ : ସରକାରୀ ତୈଳ କମ୍ପାନୀ ନଭେମ୍ବର ମାସ ପାଇଁ ଏଲପିଜି ଗ୍ୟାସ୍ ସିଲିଣ୍ଡର୍ ଦାମରେ କୌଣସି ପରିବର୍ତ୍ତନ ନ କରିବାକୁ ନିଷ୍ପତ୍ତି ନେଇଛି। ତେବେ ୧୯ କିଲୋ ବିଶିଷ୍ଟ କମର୍ସିୟାଲ୍ ଗ୍ୟାସ୍ ସିଲିଣ୍ଡର୍ ୭୮ ଟଙ୍କା ବୃଦ୍ଧି ହୋଇଛି।

ପୂର୍ବରୁ ଅର୍ଥାତ ଜୁଲାଇ ମାସରେ ୧୪ କିଲୋ ବିଶିଷ୍ଟ ଗ୍ୟାସ ସିଲିଣ୍ଡର୍ ଦାମ୍ ୪ ଟଙ୍କା ବୃଦ୍ଧି ପାଇଥିଲା। ଜୁନରେ ଦିଲ୍ଲୀରେ ଅଣ-ସବସିଡ଼ି ଏଲପିଜି ସିଲିଣ୍ଡର ଦାମ ୧୧.୫୦ ଟଙ୍କା ବଢିଥିଲା ବେଳେ ମଇ ମାସରେ ୧୬୨.୫୦ ଟଙ୍କା ଶସ୍ତା ହୋଇଥିଲା। ଦେଶର ସବୁଠାରୁ ବଡ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ ୱେବସାଇଟରେ ଅନୁସାରେ ଦିଲ୍ଲୀରେ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇନି। ଦିଲ୍ଲୀରେ ୧୪ କିଲୋ ଅଣ-ସବସିଡ଼ି ସିଲିଣ୍ଡର୍ ଦାମ୍ ୫୯୪ ଟଙ୍କା ରହିଛି। ମୁମ୍ବାଇରେ ଏହି ଦାମ ୫୯୪ ଟଙ୍କା ରହିଥିବା ବେଳେ ଚେନ୍ନାଇ ୬୧୦ ଟଙ୍କା ଓ କୋଲକାତାରେ ୬୨୦ ଟଙ୍କା ରହିଛି।

ନଭେମ୍ବର ପାଇଁ ୧୯ କିଲୋ ବିଶିଷ୍ଟ କମର୍ସିୟାଲ୍ ସିଲିଣ୍ଡର୍ ଦାମ୍ ବଢିଛି। ଚେନ୍ନାଇରେ ସିଲିଣ୍ଡର ପିଛା ୭୮ ଟଙ୍କା ବୃଦ୍ଧି ପାଇ ୧୩୫୪ ଟଙ୍କା ହୋଇଛି। କୋଲକାତା ଓ ମୁମ୍ବାଇରେ ସିଲିଣ୍ଡର ପିଛା ୭୬ ଟଙ୍କା ବୃଦ୍ଧି ପାଇଥିବା ବେକେ ଦାମ୍ ହୋଇଛି ୧୨୯୬ ଓ ୧୧୮୯ ଟଙ୍କା। ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ କମର୍ସିୟାଲ୍ ଗ୍ୟାସ୍ ସିଲିଣ୍ଡର୍ ୧୨୪୧ ଟଙ୍କା ରହିଛି।