କାର୍ତ୍ତିକ (ତୁଳା) ନଭେମ୍ବର ୧ ତାରିଖ ୨୦୨୦
ମେଷ – ଘାତଚନ୍ଦ୍ର ରହିଛି। ସତର୍କର ସହ କାର୍ଯ୍ୟ କରନ୍ତୁ। ହନୁମାନ ଚାଳିଶା ପାଠ କରନ୍ତୁ।
ବୃଷ – ବ୍ୟୟ ଯୋଗ ରହିଛି। ଜଗିରଖି ଖର୍ଚ୍ଚ କରନ୍ତୁ। ଚନ୍ଦ୍ର ଶୁଦ୍ଧି ରହିଛି କିଛି ଲାଘବ ହୋଇପାରେ।
ମିଥୁନ – ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ବନ୍ଧୁମାନେ ସହଯୋଗ କରିବେ। ଆୟ ଭଲ ହେବାର ସମ୍ଭାବନା ରହିଛି।
କର୍କଟ – ପରିଶ୍ରମ ଅଧିକ ହେବ। ଶରୀର ସୁସ୍ଥ ରହିବ। ସହଯୋଗ ମିଳିବ।
ସିଂହ – ସେବା ଓ ପୂଜା ପ୍ରତି ଆଗ୍ରହ ବଢିବ। ପାରିବାରିକ ସହଯୋଗ ମିଳିବ। ଦିନଟି ମଧ୍ୟମ ଫଳଦାୟକ ହୋଇପାରେ।
କନ୍ୟା – ପରିଶ୍ରମ ତୁଳନାରେ ଫଳ କମ ହୋଇପାରେ। ମନ ଆନ୍ଦୋଳିତ ହେବ। ଶରୀର ସୁସ୍ଥ ରହିବ।
ତୁଳା – ପ୍ରୀତିଲାଭ ଯୋଗ ରହିଛି। ମନ ପ୍ରଫୁଲ୍ଲ ରହିବ। ଦିନଟି ଭଲରେ କଟିପାରେ।
ବିଛା – ଗର୍ବଭାବ ଦେଖାଦେବ। ମାନସିକ ସନ୍ତୁଳନ ଲାଗିରହିବ। ଆୟ ଠିକ ରହିବ।
ଧନୁ – ଚିନ୍ତାଗ୍ରସ୍ତ ହୋଇପାରନ୍ତି। କାର୍ଯ୍ୟରେ ସହଯୋଗ ମିଳିବ। ଆୟ ଠିକ ରହିବ।
ମକର – କଳହଯୋଗ ରହିଛି। ଶନିଦେବଙ୍କର ଉପାସନା କରନ୍ତୁ ଲାଘବ ହେବ।
କୁମ୍ଭ – ସମ୍ମାନିତ ହେବେ। ମାନସିକ ଶାନ୍ତି ମିଳିବ। ଦିନଟି ଭଲରେ କଟିବାର ଯୋଗ ରହିଛି।
ମୀନ – ଆଶା ବୃଦ୍ଧି ଘଟିବ। ଆୟ କମ ହୋଇପାରେ। ଚନ୍ଦ୍ର ଶୁଦ୍ଧି ରହିଛି। କିଛି ଲାଘବ ହୋଇପାରେ।