ନୂଆଦିଲ୍ଲୀ: ଦେଶରେ ଅନଲକ୍-୫ ଗାଇଡ୍ ଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର। ଅନଲକ୍-୫ ଗାଇଡ୍ ଲାଇନ୍ ଅନୁସାରେ, ଅକ୍ଟୋବର ୧୫ରୁ ସିନେମା ହଲ୍ ଓ ଥିଏଟର ଖୋଲିବ। ୫୦% ଦର୍ଶକଙ୍କୁ ନେଇ ସିନେମା ହଲ୍ ଓ ଥିଏଟର ଚାଲିବ। ସ୍କୁଲ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରମାନେ ନେବେ ବୋଲି ଅନଲକ୍-୫ରେ କୁହାଯାଇଛି।
ଅକ୍ଟୋବର ୩୧ ଯାଏଁ କଣ୍ଟେନ୍ମେଣ୍ଟ ଜୋନ୍ରେ ଲକ୍ ଡାଉନ୍ ବଳବତ୍ତର ରହିବ। ଅକ୍ଟୋବର ୧୫ ପରେ କଣ୍ଟେନମେଣ୍ଟ ଜୋନ୍ ବାହାରେ କାର୍ଯ୍ୟକଳାପକୁ ମଂଜୁରି ମିଳିବ। ଖେଳାଳିଙ୍କ ଟ୍ରେନିଂ ଲାଗି ଖୋଲିବ ସୁଇମିଂ ପୁଲ୍। ସୁଇମିଂ ପୁଲ୍ ଲାଗି SOP ନିର୍ଦ୍ଧାରଣ କରିବ ଯୁବ ଓ କ୍ରୀଡ଼ା ମନ୍ତ୍ରାଳୟ। ସ୍କୁଲରେ ପ୍ରବେଶ କରିବା ଓ ବାହାରକୁ ଆସିବାର ପାଇଁ ଅଲଗା ଅଲଗା ଗେଟ୍ ବ୍ୟବହାର କରାଯିବ। ଗୋଟିଏ ଶ୍ରେଣୀରେ ୨୦ ରୁ ଅଧିକ ପିଲାଙ୍କୁ ଅନୁମତି ମିଳିବ ନାହିଁ। ଛାତ୍ର-ଛାତ୍ରୀଙ୍କୁ ନିଜର ଲଞ୍ଚ ବକ୍ସକୁ ଅନ୍ୟ ଛାତ୍ର-ଛାତ୍ରୀଙ୍କ ସହ ଖାଇବାର ଅନୁମତି ମିଳିବ ନାହିଁ। ଅନଲକ୍-୫ର
ଗାଇଡଲାଇନରେ ଏହା ମଧ୍ୟ କୁହାଯାଇଛି ଛାତ୍ର-ଛାତ୍ରୀ ନିଜ ଇଛାରେ ବାପା-ମାଙ୍କ ଲିଖିତ ସହମତି ପରେ ସ୍କୁଲ ଯାଇ ଶିକ୍ଷକଙ୍କଠାରୁ ପରାମର୍ଶ ନେବାର ଅନୁମତି ରହିବ। ଏବେ ଅନଲକ୍-୪ ଚାଲିଥିବା ବେଳେ କେନ୍ଦ୍ର ସରକାର ଅଗଷ୍ଟରେ
ଏକ ଗାଇଡଲାଇନ୍ ଜାରି କରିଥିଲେ। ଏଥିରେ କୁହାଯାଇଥିଲା ୯ମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିଦିଆଯାଇଛି। ଏହା ସହିତ ସେଥିରେ ମଧ୍ୟ କିଛି ନିୟମ ରହିଥିଲା। ଯେଉଁଥିରେ ଏହା ସ୍ପଷ୍ଟ ଭାବରେ କୁହାଯାଇଥିଲା, କରୋନା ମହାମାରୀ ସମୟରେ କୌଣସି ଛାତ୍ର-ଛାତ୍ରୀଙ୍କୁ ସ୍କୁଲ ଯିବା ପାଇଁ ବାଧ୍ୟ କରିହେବନି।
Home ରାଷ୍ଟ୍ରୀୟ ଅନ୍ତଃରାଷ୍ଟ୍ରୀୟ ଆସନ୍ତା କାଲିଠାରୁ ଲାଗୁହେବ ଅନଲକ୍-୫, ଜାଣନ୍ତୁ କ’ଣ ରହିଛି ସ୍କୁଲ ଖୋଲିବା ନେଇ ନିୟମ