ବାଣପୁରରେ ଶିଶୁଙ୍କ ଯତ୍ନ ଓ ସୁରକ୍ଷାରେ ଘୋର ଅବହେଳା ।

ବାଣପୁର,୩୦।୦୯: ବାଣପୁର ଅଞ୍ଚଳରେ ଶିଶୁ ମାନଙ୍କୁ ଟିକା କରଣରେ ଘୋର ଅବବ୍ୟସ୍ଥା ଦେଖା ଦେଇଛି । ଏଠାରେ ଏ.ଏନ.ଏମ ଓ ଅଙ୍ଗନବାଡୀ କର୍ମୀ ମାନେ ନିଜର କର୍ତ୍ତବ୍ୟ ସମ୍ଫାଦନରେ ଖାମଖିଆଲି ନିତି ଧରି ଶିଶୁ ମାନଙ୍କ ଜୀବନ ସହିତ ଖେଳୁଛନ୍ତି । ଆଜିର ଶିଶୁ କାଲିର ଭବିଷ୍ୟତ ଉପାଖ୍ୟାନକୁ କୁଠାରଘାତ କରି ଅଙ୍ଗନବାଡୀ ଠାରୁ ଆରମ୍ଭ କରି ଏ.ଏନ.ଏମ, ଅଙ୍ଗନବାଡୀ ସୁପରଭାଇଜର, ସି.ଏଚ.ସିର ଭାରପ୍ରାପ୍ତ ଅଧିକାରୀ। ସିଡିପିଓ ଓ ସିଡିଏମଓ ମାନେ ଭୁଲିଯାଇଛନ୍ତି ନିଜ ନିଜର କର୍ତ୍ତବ୍ୟ ପରାୟଣାତା । ଏମାନଙ୍କୁ ଯୋଗାଯୋଗ କଲେ କିଛି ସନ୍ତୋଷ ଜନକ ଉତ୍ତର ମିଳୁନାହିଁ ବରଂ ବ୍ୟବହାର ଖରାପ କରୁଛନ୍ତି । ପୁଣି କହୁଛନ୍ତି ଟିକାକରଣ ସମୟସୀମା ମଧ୍ୟରେ ନହେଲେ କିଛି ଅସୁବିଧା ନାହିଁ । ଉତ୍ତରରେ ଆହୁରି ଶୁଣିବାକୁ ମିଳୁଛିକି ଆପଣଙ୍କ ହାତରେ କଣ ହୋଇପାରିବ କରନ୍ତୁ ଆମର କିଛି ଅସୁବିଧାହେବାର ନାହିଁ ।