ନୂଆଦିଲ୍ଲୀ : ଲଦାଖର ଗଲୱାନ ସୀମାରେ ଭାରତ-ଚୀନ ସେନାଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୨୦ ଜଣ ବୀର ଯବାନ ସହିଦ ହୋଇଛନ୍ତି। ଏହି ସହିଦମାନଙ୍କ ମଧ୍ୟରେ ରହିଛନ୍ତି ଦୁଇଜଣ ଓଡ଼ିଆ। ବୁଧବାର ସରକାରଙ୍କ ପକ୍ଷରୁ ସହିଦଙ୍କ ନାମ ପ୍ରକାଶ କରାଯାଇଛି।
ସରକାରୀ ତଥ୍ୟ ଅନୁଯାୟୀ କର୍ଣ୍ଣେଲ ବି ସନ୍ତୋଷ ବାବୁ (ହାଇଦ୍ରାବାଦ), ନାଏବ ସୁବେଦାର ନୁନ୍ଦୁରାମ ସୋରେନ (ମୟୂରଭଞ୍ଜ), ନାଏବ ସୁବେଦାର ମନଦୀପ ସିଂହ (ପଟିଆଲା), ନାଏବ ସୁବେଦାର ସତନମ ସିଂହ (ଗୁରୁଦାସପୁର), ହାବିଲଦାର (ଜେନାରାଲ) କେ ପଲାନି (ମଦୁରାଇ), ହାବିଲଦାର ସୁନୀଲ କୁମାର (ପାଟଣା), ହାବିଲଦାର ବିପୁଲ ରୟ (ମୀରଟ ସିଟି), ନାଏକ ଦୀପକ କୁମାର (ରେୱା), ସିପାହୀ ରାଜେଶ ଓରାଙ୍ଗ (ବୀଙ୍ଗମ), ସିପାହୀ କୁନ୍ଦନ କୁମାର ଓଝା (ଶାହିବଗଞ୍ଜ), ସିପାହୀ ଗଣେଶ ରାମ (କଙ୍କେର), ସିପାହୀ ଚନ୍ଦ୍ରକାନ୍ତ ପ୍ରଧାନ (କନ୍ଧମାଳ), ସିପାହୀ ଅଙ୍କୁଶ (ହମିପୁର), ସିପାହୀ ଗୁରବିନ୍ଦର (ସଙ୍ଗ୍ରୁ), ସିପାହୀ ଗୁରତେଜ ସିଂହ (ମନସା), ସିପାହୀ ଚନ୍ଦନ କୁମାର (ଭୋଜପୁର), ସିପାହୀ କୁନ୍ଦନ କୁମାର (ସର୍ହସା), ସିପାହୀ ଜୟ କିଶୋର ସିଂହ (ବୈଶାଲୀ), ସିପାହୀ ଅମନ (ସମଷ୍ଟିପୁର) ଓ ସିପାହୀ ଗଣେଶ ହାଁସଦା (ପୂର୍ବ ସିଂହଭୁର) ସହିଦ ହୋଇଛନ୍ତି।